STORYMIRROR

Minati Rath

Abstract

3  

Minati Rath

Abstract

ନୀରବ ପଥିକ

ନୀରବ ପଥିକ

1 min
356

ମୁଁ

ଏକ ନୀରବ ପଥିକ

ଦିଗନ୍ତ ବିସ୍ତାରୀ ପଥର

ଅଗରେ ମୋ ଅସରନ୍ତି ରାସ୍ତା

କାହିଁ ମାଟି କାହିଁ ପଥର।


ଏ ରାସ୍ତାରେ କେତେ ଦୁର୍ନୀତି, ଅନୀତି

ଶୋଷଣ, କଷଣ ମୋ ଆଖି ଦେଖିଛି

କେବେ ପୁଣି ଦେଖି ଶାନ୍ତି, ମୈତ୍ରୀ, ପ୍ରୀତି

କେତେ ନୂଆ ନୀତିଶିକ୍ଷା ମୁଁ ପାଇଛି

କେବେ ଏହି ପଥ ମୋ ପାଇଁ ଦୁର୍ଗମ

ବନ୍ଧୁର, ଅଭେଦ୍ୟ, କଣ୍ଟକ ପୂର୍ଣ୍ଣ

କେବେ ପୁଣି ଏହା ଅଟେ ସମତଳ

ସରଳ, କୋମଳ କୁସୁମ ସମ

କେବେ ଏହି ପଥ ହୋଇଛି ଶ୍ରୀହୀନ

ରଙ୍ଗରସ ଶୁନ୍ୟ, ସବୁଜିମା ହୀନ

ସମୟ ସ୍ରୋତରେ କେବେ ପୁଣି ଏହା

ସବୁଜିମା ବହି ଲାଗେ ନୂଆ ନୂଆ

ଏ ରାସ୍ତାରେ ଆସି କେତେ ଝଡ଼ଝଞ୍ଜା

ସାଜିଛନ୍ତି ମୋର ଗତିପଥେ ବାଧା ।


ତଥାପି ମୁଁ ଚାଲିଛି

ଚାଲୁଥିବି ଏହିପରି

ମୋ' ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଯାଏଁ

ଲକ୍ଷ୍ୟସ୍ଥଳ ମୋର ଦୂର ଦିଗବଳୟ

ପହଞ୍ଚିବି ଦିନେ ସେଠି ମୁଁ ନିଶ୍ଚୟ।


ମୁଁ

ଏକ ନୀରବ ପଥିକ

ଏ ଜୀବନ ପଥର

ଦୁର୍ଗମ, ବନ୍ଧୁର ଏହି ପଥ ଭୟଙ୍କର

ଚାଲିବାକୁ ହେବ ମତେ

ସେ ପଥେ ଅନେକ ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract