STORYMIRROR

Minati Rath

Inspirational

4  

Minati Rath

Inspirational

ନାରୀଶକ୍ତି

ନାରୀଶକ୍ତି

1 min
158

ସୃଷ୍ଟି କରିଲେ ସାରା ସଂସାର ମହାମାୟା ଆଦିଶକ୍ତି

ଜନମିଲେ ଏଠି କେତେ ବୁଦ୍ଧିମତୀ, କେତେ ସତୀ ପୁଣ୍ୟବତୀ

ନାଶିଲେ ଦୁର୍ଗତି ଫେରାଇଲେ ସ୍ଥିତି ହଟାଇ ଏଠୁ ଦୁର୍ନୀତି

ନାଶ କରି ଏଠୁ କେତେ ଯେ ଦୁର୍ମତି ସ୍ଥାପନା କରିଲେ ଶାନ୍ତି

ମହାସତୀ ମହାଜ୍ୟୋତି

ବିତରିଲେ ଜ୍ଞାନ ସାରା ଜଗତରେ

ନାମ ବହି ସରସ୍ୱତୀ


ଯୁଗେ ଯୁଗେ ନାରୀଶକ୍ତି ମହାଶକ୍ତି ବୋଲାଇଅଛି ଜଗତେ

ଅନୁସୁୟା ସାଧ୍ବୀ, ସୀତା ଓ ସାବିତ୍ରୀ ଅରଜିଲେ ଯଶ କେତେ

ହଜିଲା ଯୁଗର କିରତୀ ତାଙ୍କର ପୁରାଣେ ଅଛି ବର୍ଣ୍ଣିତ

ଏ ମାନବ ଆଜି କରିଅଛି ତାକୁ ଏ ଜାତିର ଇତିହାସ

ସଂସ୍କୃତି ଯାଉଛି ହଜି

କରୁଛନ୍ତି ଗର୍ବ। ଏ ମାଟି ଜନତା

ପୁରୁଣା ସ୍ମୃତିକୁ ହେଜି


ଅତି ଆଧୁନିକ ପୃଥିବୀରେ ଆଜି ନାହିଁ ତାଙ୍କରି ଆଦର୍ଶ

ବିରଳ ହୋଇଛି ସେପରି ବ୍ୟକ୍ତିତ୍ୱ ରହିଛି କେବଳ ଯଶ

ଜାୟା ଜନନୀର ସମ୍ମାନ ବହି ରହିଛନ୍ତି କେତେ ନାରୀ

ନିଜ କର୍ମ ବଳେ ନିଜର ସମ୍ମାନ ଦିଅନ୍ତି ସେମାନେ ସାରି

ଅଛନ୍ତି କେତେ ଦୁହିତା

ଦୁଇ କୁଳ ହିତା,ନ କରି ହୁଅନ୍ତି

ଦୁଇ କୁଳ ଲାଗି ପିତା


ଯେଉଁ ନାରୀ ଦିନେ ଲକ୍ଷ୍ମୀବାଈ ହୋଇ ଲଢିଥିଲା ଦେଶ ପାଇଁ

ପଦ୍ମିନୀ ହୋଇ ସେ ତା' ସତୀତ୍ୱ ପାଇଁ ଜାଳିଥିଲା ନିଜ ଜୁଇ

ସେହି ନାରୀ ଆଜି ଜାଳୁଛି ସଭିଙ୍କୁ ତା'ର ସ୍ୱାର୍ଥରକ୍ଷା ପାଇଁ

ସାରା ଜଗତରେ ହିଂସା ପ୍ରତାରଣା ବହ୍ନି ଦେଇଛି ଜଳାଇ

ସେହି ନାରୀଶକ୍ତି ପାଇଁ

ଜନ୍ମିଥିଲା ଦିନେ ଏ ସାରା ସଂସାର

ଯିବ ଦିନେ ଧ୍ୱଂସ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational