Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନାଗ ପଞ୍ଚମୀ

ନାଗ ପଞ୍ଚମୀ

2 mins
253


       

କଂସର ଘରଣୀ ଦିନେ ପଦ୍ମାବତୀ ରାଣୀ l

କହ୍ନାଇକୁ ବାର୍ତ୍ତା ଦେଲା ଫୁଲ ଦିଅ ଆଣି ll

ଲକ୍ଷେଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l

ସେଥିରେ ପୂଜା ହୋଇବ ଧନିତିରି ଓଷା ll

ପଦ୍ମ ତୋଳି ବନମାଳୀ କାଳିନ୍ଦୀକୁ ଗଲେ l

କଠଉ ଚିହ୍ନ କାଳୀୟ ଶିରରେ ଆଙ୍କିଲେ ll

ପଦ୍ମନାଭ ନାମେ ଏହି ଗୀତ ପଦ୍ମ ତୋଳା l

ନାଗମାନେ ନାଚୁଥାନ୍ତି ଗୀତଗାଏ କେଳା ll

ଶୁକ୍ଳ ପଞ୍ଚମୀ ଶ୍ରାବଣେ ଅଦ୍ୟ ନାଗ ପୂଜା l

ନାଗଲୋକରେ ବାଜୁଛି ନାଗେଶ୍ୱରୀ ବାଜା ll

ଏହି ଦିନେ ଦ୍ୱାପରରେ କାଳୀୟ ଗଞ୍ଜନ l

କାଳି ଦର୍ପଦଳି କଲେ କାଳିନ୍ଦୀରେ ସ୍ନାନ ll

ରାଜା ଜନ୍ମେଜୟ ମହା ସର୍ପ ଯଜ୍ଞ କଲେ l

ଆସ୍ତିକ ଆସିଲେ ନାଗକୁଳ ରକ୍ଷାହେଲେ ll

ନମସ୍ତେ ନାଗଦେବତା ନମଃ ନମଃ ଫଣୀ l

ଫଣାରେ ଟେକି ଧରିଛ ଏ ସାରା ଧରଣୀ ll

କଶ୍ୟପ ଋଷି ସନ୍ତାନେ କଦ୍ରୁ ତୁମ୍ଭ ମାତା l

ଗରୁଡ଼ ମାତା ବିନତା ତୁମ୍ଭର ବିମାତା ll

ଅଷ୍ଟକୁଳା,ଅନନ୍ତ ହେ ନାହିଁ ଆଦି ଅନ୍ତ l

ତୁମ୍ଭ ମହିମା ଜାଣିବ କାହୁଁ ଦେହବନ୍ତ ll

ତୁମ୍ଭ ବକ୍ଷରେ ଶ୍ରୀହରି ଅନନ୍ତ ଶୟନ l

ଶତ୍ରୁ ତୁମ୍ଭର ଗରୁଡ଼ ଶ୍ରୀହରିଙ୍କ ଯାନ ll

ସାଗର ମନ୍ଥନ କାଳେ ଦେବତା ଅସୁର l

ବାସୁକୀନାଗ ରଜ୍ଜୁରେ ବାନ୍ଧିଲେ ମନ୍ଦର ll

ତ୍ରେତୟା ଯୁଗରେ ଶେଷଦେବ ଶ୍ରୀଲକ୍ଷ୍ମଣ l

ବଳେ ଜିଣିଲେ ଶ୍ରୀରାମ ଲଙ୍କାର ରାବଣ ll

ଦ୍ଵାପରେ ଶ୍ରୀକୃଷ୍ଣାଗ୍ରଜ ଭାଇ ବଳରାମ l

ମହାବଳ ବଳକୁ ତୋ କିଏ ହେବ ସମ ll

କଳି ଯୁଗେ ନୀଳାଚଳେ ଧବଳ ମୂରତି l

ତୁଳସୀକ୍ଷେତ୍ରରେ ହଳି ତୁଳସୀଙ୍କ ପତି ll

ନାଗରେ ଭୂଷଣ ପ୍ରଭୁ ଦେବ ନାଗେଶ୍ୱର l

ପାର୍ବତୀଙ୍କ ପତି ମହାଦେବ ମହେଶ୍ୱର ll

ତଳ ଦିଗେ ପୂର୍ବ ଭାଗେ ଆଖଣ୍ଡଳ ମଣି l

ଆରଡ଼ି ଗ୍ରାମରେ ନାହିଁ ଗାରଡ଼ି ଓ ଗୁଣି ll

ଅନନ୍ତ,ବାସୁକୀ, ପଦ୍ମ, ମହାପଦ୍ମ,ଶେଷ l

କୁଳିକ, ଶଙ୍ଖପାଳକ, ତକ୍ଷକ, ବିଶେଷ ll

ମଣିଭଦ୍ର, କାଳୀୟ, କମ୍ବଳ, ଧୃତରାଷ୍ଟ୍ର l

କର୍କୋଟକ,ଧନଞ୍ଜୟ,ଶଙ୍ଖ,ଐରାବତ ll

ଅଷ୍ଟ କୁଳା, ଶଙ୍ଖ ଚୁଡ଼ ଆଦି ନାଗ ଚୟ l

ପ୍ରାତ ସାୟଂ ବନ୍ଦେ ଖଣ୍ଡ ବିଷ,ସର୍ପଭୟ ll

ଜରତ୍କାରୁ, ଆସ୍ତିକ ଓ ମାତା ଶ୍ରୀମନଶା l

ସୁମରଣେ ତୁଟି ଯାଏ କାଳ ସର୍ପ ଦଶା ll

ନାଗପଞ୍ଚମୀରେ ବନ୍ଦେ ମହାନାଗ ଗଣ l

ସଂସାରୁ ହର ଦୁର୍ଗତି, ବିଷାକ୍ତ ଦୂଷଣ ll

ନାଗଙ୍କ ସଙ୍ଗେ ବନ୍ଦଇ ନାଗ ଭୂଷଣଙ୍କୁ l

ନମସ୍ତେ ଦେବଙ୍କ ଦେବ ଶ୍ରୀମହାଦେବଙ୍କୁ ll

              


Rate this content
Log in

Similar oriya poem from Inspirational