ଆମ ଶୁଭପର୍ବ ଦୀପାବଳି
ଆମ ଶୁଭପର୍ବ ଦୀପାବଳି
ଆମ ଶୁଭପର୍ବ ଦୀପାବଳି
=============
ପରବରେ ଆମ ଦୀପାବଳି ମହାରାଜା l
ପୁର ପଲ୍ଲୀ ନଗରରେ ବାଜୁଅଛି ବାଜା ll
ଆଲୋକର ପର୍ବ ଏ ଉଲ୍ଲାସ ପର୍ବ ଭାଇ l
ସାର୍ବଜନୀନ ଏ ପର୍ବ ଭେଦଭାବ ନାହିଁ ll
ପିଲାଠାରୁ ବୁଢ଼ା ସବୁ ଏକଠାବେ ମିଳି l
ପାଳନ୍ତି ଫୁଟାଇ ବାଣ ଶୁଭ ଦୀପାବଳି ll
ଆଲୋକର ମାଳା ପ୍ରତିଘରେ ଝଲସଇ l
ପିତୃଙ୍କୁ ପୂଜିବା ଶୁଭ ଦିନ ଗୋଟି ଏହି ll
ଦୀପଂଜ୍ୟୋତିପରଂବ୍ରହ୍ମ ହରହରହରେ l
ଦୀପଂଜ୍ୟୋତିଜନାର୍ଦ୍ଧନସବୁରିମୁଖରେ ll
ମିଠା ମୁଖ କରି ସର୍ବେ ପରସ୍ପରେ ମିଳି l
ବଡ଼ ବଡୁଆ ଡାକନ୍ତି କାଉଁରିଆ ଜାଳି ll
ତ୍ରେତୟାରେ ରାମ ଚନ୍ଦ୍ର ବଧି ଦଶାନନ l
ଅଯୋଧ୍ୟାକୁ ଆସିଥିଲେ ପ୍ରଭୁ ଏହିଦିନ ll
ପ୍ରଭୁଙ୍କୁ କରି ସ୍ୱାଗତ ଅଯୋଧ୍ୟା ନଗରୀ l
ନାଗରିକ ଜାଳିଥିଲେ ଦୀପ ସଜ କରି ll
ଏହି ଦିନ କାଳୀପୂଜା ପୁଣି ଲକ୍ଷ୍ମୀ ପୂଜା l
ବେପାରିଙ୍କ ନବବର୍ଷ କେତେସବୁସଜା ll
ଆଉ କେତେ କଥା କହୁନାହିଁ ସୁଧିଜନ l
ବଖାଣିବସିଲେ ହବ ଗୋଟିଏ ପୁରାଣ ll
ବଡ଼ ବଡୁଆ ଡାକିବା କଥା ଏହି ଶେଷ l
ପିତର ଗଣଙ୍କ ଠାରୁ ବାଞ୍ଛିବା ଆଶିଷ ll
ଅନ୍ଧାରରେ ଆସପିତୃ ଆଲୁଅରେଯାଆ l
ଆଲୋକରପଥ ଆମ୍ଭଙ୍କୁ ଦର୍ଶାଉଥାଆ ll
ପାତାଳ ପୁରରୁ ଆସି ମହାରାଜ ବଳି l
ଆନନ୍ଦ ଲଭିଲେ ଶୁଭପର୍ବ ଦୀପାବଳି ll
ମହା ଭାରତୀୟ ପର୍ବ ଦୀପାବଳି ଏହି l
ଅଜ୍ଞାନ ନାଶ ଜ୍ଞାନର ଆଲୁଅ ଜଳାଇ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
