ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
===========
ବାଲିବୋଲି ଦ୍ୱୀପଟିଏ ନୀଳସମୁଦ୍ରରେ l
ପରିପୂର୍ଣ ଥିଲା ତାହା ଧନ, ସମ୍ପଦରେ ll
ବୋଇତରେଭରି କେତେ ବଣିଜଦରବ l
ବାଣିଜ୍ୟକୁ ଯାଉ ଥିଲା କଳିଙ୍ଗ ସାଧବ ll
କଳିଙ୍ଗର ସୁତା ଲୂଗା ଚାରୁ ଶିଳ୍ପ ନେଇ l
ବିପଣି ମେଲଉଥିଲା ସେଦେଶକୁ ଯାଇ ll
ଏ ଦେଶ ସେଦିନ ଥିଲା ବିଶ୍ଵକର୍ମା ଭୂଇଁ l
ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲାଇ ll ବୋଇତରେ ଭରି ଦ୍ରବ୍ୟ କଳିଙ୍ଗ ସାଧବ l
ବିଦେଶକୁ ନେଇ ଯାଇ ବଣିଜ ଦରବ ll
ବଣିଜ ବେପାର କରି ଆସୁଥିଲେ ଫେରି l
କେତେ ଧନ ଦଉଲତେ ପୂର୍ଣ୍ଣ କରି ତରି ll
ଅଗାଧ ସାଗର ଜଳେ କଳିଙ୍ଗ ସାଧବ l
ସାହା ତାର ମଙ୍ଗଳା ମା ଜଗତ ବାନ୍ଧବ ll
ଯାଇଛି ସେ କାଳ ଚାଲି ପଡ଼ି ଅଛି ସ୍ମୃତି l
ଇତିହାସ ଗାଉଅଛି କୀର୍ତ୍ତି ନେତି ନେତି ll
ସେ ଦିନ ଗାଥାକୁ ମାତ୍ର ସୁମରଣା ପାଇଁ l
କଦଳୀବାସୁଙ୍ଗ ଡଙ୍ଗା ଦେଉଛୁ ଭସାଇ ll
କାର୍ତ୍ତିକ ପୂର୍ଣ୍ଣିମା ଆଜି ସେହି ପୁଣ୍ୟ ଦିନ l
ଉତ୍କଳରେ ହେଉଅଛି ବୋଇତ ବନ୍ଦାଣ ll
ବୋଇତରମଙ୍ଗେ ଛନ୍ତି ମା ମଙ୍ଗଳମୟୀ l
ଆସ ମିତବନ୍ଦାଇବା ଜଣେଜଣେ ଯାଇ ll
🙏🙏🙏
ଅର୍ଜୁନୀ
-----------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
