Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Smitarani Barik

Inspirational

3  

Smitarani Barik

Inspirational

ମାଅଙ୍କ ପାଇଁ ପଦେ

ମାଅଙ୍କ ପାଇଁ ପଦେ

1 min
186


ମାଆର ପଣତ ଶ୍ରୀ ମନ୍ଦିର ନେତ

ନାହିଁ ଡର ନାହିଁ ଭୟ  

 ମାଟିଠୁ ଆକାଶ ଯା ପାଇଁ ସରସ

ମହାନତା ପରିଚୟ । 


ମମତା ଧାରାରେ ବାହି ନେଇଥାଏ

ଆମ ଜୀବନର ତରୀ  

ଫୁଲର ମହକ ଚନ୍ଦନ ସୁବା

ନୁହେଁ ତା'ର ସମସରି । 


କଥାରେ ତାହାର ବହିଯାଉଥାଏ 

ପୂଣ୍ୟ ମନ୍ଦାକିନୀ ଧାରା  

ଯାର ପାଦଧୂଳି ଦେହେ ଦେଲେ ବୋଳି

ଛୁଏଁ ନାହିଁ ଦୁଃଖ ଭରା । 


ଯା" କୋଳରେ ଥରେ ମଥା ରଖିଦେଲେ

ଆତ୍ମା ହୋଇଯାଏ ତୃପ୍ତି  

ମାଆ ଡାକି ଦେଲେ ମମତାମୟୀରେ

ଗରବରେ ଫୁଲେ ଛାତି । 



Rate this content
Log in