ମନେ ପଡେ ମନକଥା
ମନେ ପଡେ ମନକଥା
ପୁରୁଣା କାହାଣୀ ସରିଯାଇ ଅଛି
ଆଉକି ଆସିବ ଫେରି
ଭାବିତାକୁ ପୁଣି ଆଉ ଲାଭ ନାହିଁ
ଆସିବନି କେବେ ପୁଣି ।
ପ୍ରକୃତି ନିୟମ ମିଳିଥାଏ ଥରେ
ସଭିଙ୍କ ଜୀବନେ ଥରେ
ଭାବିକିଛି ଆଉ ତାକୁହିଁ ଲାଭନି
ଆସିବନି କେବେ ପଛେ ।
ପୁଣି ମନେ ପଡେ ମନକଥା ଆଜି
ପନ୍ଦର ବର୍ଷ ତଳର
ଯାଉଥିଲା ବୁଲି ମାମୁଁ ଘରକୁ ମୁଁ
ପଡିଲି ବିପଦ ଘୋର ।
ପାଞ୍ଚ କୋସ ବାଟ ଚାଲିବାକୁ ହୁଏ
ଧାନ ଖେତ କଡା ଦେଇ
ମଝିରେ ମଝିରେ ଆଖୁ କିଆରୀରେ
ଯାଉଁ ତାର ମଝି ଦେଇ ।
ଜାଣି ପାରିଲାନି କିଆରୀ ଭିତରୁ
ଭାଲୁଟେ ବାହାରି ଯାଇ
ଡରି ଯାଇଥିଲି ଦେଖି ତାର ଚାପ
ଦେଲା ମୋତେ ଘୋଉଡାଇ ।
ଜୀବନ ବିକଳେ ଦଉଡି ଦଉଡି
ପଡିଲି ଧାନ କ୍ଷେତରେ
ଚେତନା ହରାଇ ପଡି ଯାଇ ଥିଲି
ଜାଣେନା କି ହେଲା ପରେ ।
ମୋର ଠାରୁ ସାନ ଦୁଇ ପିଲା ଯାକ
ଉଠେଇ ଦେଲେ ମୋତେ
ଭାଲୁ ଚାଲିଗଲା ବାଟରେ ଭାଇହେ
ଦୁଇ ଭାଇ ତ କହିଲେ ।
କୁଆଡେ ଯାଉଛ ପୁଣି ପଚାରିଲେ
କହିଲି ମୁଁ ମାମୁଁ ଘର
ଚନ୍ଦନ ପୁରକୁ ଯାଉ ଥିଲି ଚାଲି
ଭାଲୁକୁ ଥିଲା ମୋ ଡର ।
ପିଲା ଦୁଇ ଜଣ ଗଲେ ମୋର ସଙ୍ଗେ
ମାମୁଁ ଘର ଗାଁ ମୁଣ୍ଡକୁ
ଆଉ ଡରନାହିଁ ଯାଅ ତୁମ ବାଟେ
ତୁମର ମାମୁଁ ଘରକୁ ।
ସବୁ କଥା ଯାକ କୁହେ ମାମୁଁ ପାଖେ
ଧନ୍ୟ ମୋତେ କହି ଥାନ୍ତି
ମନେ ପଡେ ମୋର ସବୁ ମନ କଥା
ମାମୁଁ ମାନେ ପଚାରନ୍ତି ।