ଚନ୍ଦ୍ରଯାନ ତିନ
ଚନ୍ଦ୍ରଯାନ ତିନ
ଜୟ ବିଜ୍ଞାନର ଅନୁସନ୍ଧାନ ର
ଉତ୍କର୍ଷତା ଅଭିଜାନ
ମହାକାଶେ ଯାଇ ସୌରଜଗତକୁ
କରିବାକୁ ଅନ୍ବେଷଣ ।
ବହୁତ ପୂର୍ବରୁ ରୁଷର ସୋୟୁଜ
ଆପୋଲୋ ଆମେରିକାର
ଚନ୍ଦ୍ର ର ପୃଷ୍ଠରେ ପହଞ୍ଚି ପାରିଲେ
ତା' ଥିଲା ପ୍ରଥମ ଥର ।
ଆମ ଭାରତରେ ପଦାର୍ଥ ବିଜ୍ଞାନୀ
ଆଉ ଗଣିତଜ୍ଞ ମାନେ
ମହାକାଶ ତତ୍ତ୍ବ ଜାଣିବା ପାଇଁ କି
ଉତ୍ସାହିତ ହେଲେ ମନେ ।
ଆମ ଦେଶ ଶିକ୍ଷା ବିଜ୍ଞାନ ଗାରିମା
ଉତ୍ଥାନ କରିବା ପାଇଁ
ଆମ ବୈଜ୍ଞାନିକେ ଆଗଭର ହେଲେ
ଗବେଷଣା ଗାରେ ଯାଇ ।
ଚନ୍ଦ୍ରର ପୃଷ୍ଠକୁ ସ୍ପର୍ଶ କରିବାକୁ
କଲେ ସୁନିଶ୍ଚିତ ମନ
ପ୍ରେରଣା କରିବେ ଯାନ ଚନ୍ଦ୍ରପୃଷ୍ଠେ
ଅଟଳ ସିଦ୍ଧାନ୍ତ ମନ ।
ପ୍ରଥମ ଯାନଟି ହୁଏ ଅସଫଳ
ଦ୍ବିତୀୟ ନିର୍ମାଣ କଲେ
ଦୁଇ ହଜାରର ଉଣିଶି ବର୍ଷରେ
ତାକୁ ଉତକ୍ଷେପଣ କଲେ ।
ସୌଭାଗ୍ଯ କୁ ସିନା ସେ ଯାନଟି ଯାଇ
ଚନ୍ଦ୍ର କକ୍ଷେ ପହଞ୍ଚିଲା
ପୃଷ୍ଠେ ଅବତରଣ ହେବାବେଳେ ତାହା
ସହଯେ ପ୍ରତିତ ହେଲା ।
ଅବତରଣ ର କୋମଳ ଗତିକୁ
ସଠିକ ରଖିବା ପାଇଁ
ତେଇଶି ମସିହା ଚନ୍ଦ୍ରଯାନ ଟିରେ
ଯାଇଅଛି ଖଞ୍ଜା ହୋଇ ।
ନାମଟି ତାହାର ଚନ୍ଦ୍ରଯାନ ତିନି
ମହାକାଶେ ଯିବା ଦିନ
ଚଉଦ ଜୁଲାଇ ଶ୍ରୀହିରି କୋଟାରୁ
ହୋଇଲା ଉତକ୍ଷେପଣ ।
ଅତୀତର ଭୂଲ ଅନୁଧ୍ୟାନ କରି
ନୂତନ ଉନ୍ନତ ଶୈଳି
ଏବର୍ଷ ଏଯାନେ ବିକାଶ ହୋଇଛି
ଅବତରଣ ପ୍ରଣାଳୀ ।
ଆତ୍ମ ବିଶ୍ଵାସ ଓ ଦୃଢ ମନୋବଳ
ତୃଟିହୀନ ନିର୍ମାଣ ରେ
ଅନିଶ୍ଚିତତା ର ନାହିଁ ଏଠି ସ୍ଥାନ
ଧିର ଅବତାରଣରେ ।
ନୁହନ୍ତି କେବଳ ଇସ୍ରୋର ପ୍ରଣାଳୀ
ସାରା ଦେଶ ବାସୀଗଣ
ଚାହିଁ ବସିଛନ୍ତି ଅଗଷ୍ଟ ମାସରେ
ଦେଖିବେ ଅବତାରଣ ।
ମହାକାଶ ଯାତ୍ରା ରୁଷ, ଆମେରୀକା
ଆଉ ରାଷ୍ଟ୍ର ତାହା ଚୀନ
ଏ ଭଲି ସାମର୍ଥ୍ୟ ଦାବିଦାର ତିନି
ବିଶ୍ବ ମଧ୍ୟେ ଗଣି ଗଣି ।
ଆମ ଭାରତରେ ଏ ତୃତୀୟ ଯାନ
ସଫଳ ରୁପାୟନରେ
ଚତୁର୍ଥ ସାମର୍ଥ୍ୟ ଦାବିଦାର ହେବ
ମହାକାଶ ବିଜ୍ଞାନରେ ।
