STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଫକୀରମୋହନ

ଫକୀରମୋହନ

1 min
12.9K


ଫକୀରମୋହନ ସେ ଭାଷାର ପିତା


ପଥପ୍ରାନ୍ତେ ଏକ ପଚାରିଲା ଶିଶୁ

କିଏ ସେ ଫକୀରମୋହନ,

କ୍ରୋଧ,ଅଭିମାନେ କହିଲି ବାବୁରେ

ସେ ପରା ଭାଷାର ପୁରୁଷ ଅମ୍ଳାନ।

ଭାଷାର ପିତା ସେ ଫକୀରମୋହନ

କଲେ ଭାଷା ଆନ୍ଦୋଳନ,

ଠାଣୀ ଥିଲା ଯା'ର ବୀର ଯୋଦ୍ଧା ଭଳି

ବାଣୀ ଯେ ଥିଲା ତୀକ୍ଷ୍ଣ।

ବଶୀଭୂତ ପରି ବୋକା ବନିଗଲେ

ଅସାଧୁ ଇଂରେଜ ଗଣ,

ନ ବୁଝି ଥିଲେ ବାକ୍ୟର ଚାତୁରୀ

ଭାଙ୍ଗିଗଲା ଟାଣପଣ।

ଅଣୁ ଗଳ୍ପ ଠାରୁ ପ୍ରବନ୍ଧ ଭିତରେ

କଲେ ସବୁର ପ୍ରଚାର,

ତାଙ୍କରି ଦାୟାଦ ଅଯୋଗ୍ୟ ଆମେରେ

ପରିଚୟ ଭୁଲୁ ତାଙ୍କର।

ପ୍ରତିଟି ସୃଷ୍ଟିରେ ଜାଗରଣ ଥିଲା

କେତେ ଯେ ଥିଲା ସଂସ୍କାର,

ଦେଶ,ମାତୃକାର ସ୍ଵାଧୀନତା ପାଇଁ

ଠାଣୀ, ବାଣୀ,କର୍ମ ଅପାର।

ରେବତୀ ଗଳ୍ପରୁ ଆଠ ଗୁଣ୍ଠ ଯାଏ

ସବୁଥିରେ ଥିଲା ବାକ୍ୟ ବାଣ,

ଓଡ଼ିଆ ଭାଷାର ସ୍ଵୀକୃତି ଆଣିଲେ

କରିଲେ ଆମକୁ ଧନ୍ୟ।


ପ୍ରଣତି ମହାପାତ୍ର।


Rate this content
Log in

Similar oriya poem from Inspirational