STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଫକୀରମୋହନ

ଫକୀରମୋହନ

1 min
13K


ଫକୀରମୋହନ ସେ ଭାଷାର ପିତା


ପଥପ୍ରାନ୍ତେ ଏକ ପଚାରିଲା ଶିଶୁ

କିଏ ସେ ଫକୀରମୋହନ,

କ୍ରୋଧ,ଅଭିମାନେ କହିଲି ବାବୁରେ

ସେ ପରା ଭାଷାର ପୁରୁଷ ଅମ୍ଳାନ।

ଭାଷାର ପିତା ସେ ଫକୀରମୋହନ

କଲେ ଭାଷା ଆନ୍ଦୋଳନ,

ଠାଣୀ ଥିଲା ଯା'ର ବୀର ଯୋଦ୍ଧା ଭଳି

ବାଣୀ ଯେ ଥିଲା ତୀକ୍ଷ୍ଣ।

ବଶୀଭୂତ ପରି ବୋକା ବନିଗଲେ

ଅସାଧୁ ଇଂରେଜ ଗଣ,

ନ ବୁଝି ଥିଲେ ବାକ୍ୟର ଚାତୁରୀ

ଭାଙ୍ଗିଗଲା ଟାଣପଣ।

ଅଣୁ ଗଳ୍ପ ଠାରୁ ପ୍ରବନ୍ଧ ଭିତରେ

କଲେ ସବୁର ପ୍ରଚାର,

ତାଙ୍କରି ଦାୟାଦ ଅଯୋଗ୍ୟ ଆମେରେ

ପରିଚୟ ଭୁଲୁ ତାଙ୍କର।

ପ୍ରତିଟି ସୃଷ୍ଟିରେ ଜାଗରଣ ଥିଲା

କେତେ ଯେ ଥିଲା ସଂସ୍କାର,

ଦେଶ,ମାତୃକାର ସ୍ଵାଧୀନତା ପାଇଁ

ଠାଣୀ, ବାଣୀ,କର୍ମ ଅପାର।

ରେବତୀ ଗଳ୍ପରୁ ଆଠ ଗୁଣ୍ଠ ଯାଏ

ସବୁଥିରେ ଥିଲା ବାକ୍ୟ ବାଣ,

ଓଡ଼ିଆ ଭାଷାର ସ୍ଵୀକୃତି ଆଣିଲେ

କରିଲେ ଆମକୁ ଧନ୍ୟ।


ପ୍ରଣତି ମହାପାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational