STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଅନ୍ତର୍ଯ୍ୟାମୀ ପରା ସିଏ.

ଅନ୍ତର୍ଯ୍ୟାମୀ ପରା ସିଏ.

1 min
187

ଅନ୍ତର୍ଯ୍ୟାମୀ ପରା ସିଏ... ପ୍ରଣତି ମହାପାତ୍ର ଯାତନା କଷଣ ଦେଇ ଏ ମଣିଷ ସଦା ସୁଖୀ ହେଉଥାଏ, କଷଣ ଦୂରେଇ ସୁଖ ଭରିଦେଇ ତୋ ଓଠରେ ହସ ଥାଏ। ଅନ୍ତର୍ଯ୍ୟାମୀ ପରା ସିଏ... ଦିବସ ଆରମ୍ଭ ତୋ ମହାମନ୍ତ୍ରରୁ ନିଶି ଶେଷ ତୋ ମନ୍ତ୍ରରେ, ତୁ ମୋ ଛୁ ବୋଲି ଦୟଣା ତୁଳସୀ ବାସୁଥାଏ ବଗିଚାରେ, ତୋ ଭାବ ମୋ ଭାବ ଅତୁଟ ବନ୍ଧନ ନିତି ଅନୁଭବି ଥାଏ ।। ଅନ୍ତର୍ଯ୍ୟାମୀ ପରା ସିଏ... ବସିଅଛୁ ବୋଲି ରତନ ବେଦୀରେ ଜଗତ ତୋ ପାଶେ ଧାଏଁ, କେହି ନ ଜାଣନ୍ତି ଭକତ ପାଖରେ ତୋ ମନଟି ବନ୍ଧା ଥାଏ, ମାୟାମୋହ କାଟି ମାୟାଧର ତୋର ମାୟାରେ ବାନ୍ଧି ନେଏ ।। ଅନ୍ତର୍ଯ୍ୟାମୀ ପରା ସିଏ... ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational