ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ତୁମ ପାଇଁ


ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ତୁମ ପାଇଁ
ଚାଲୁଛି ବୁଲୁଛି ଖାଉଛି ପିଉଛି
ତୁମ ରୂପ ଦେଖୁଅଛି,
ଏ ଦେବଭୂମିରେ ତୁମ ନାମ ଗାଇ
ନିଜକୁ ଧନ୍ୟ ମଣୁଛି,
ପାଇଛି ସଭିଙ୍କୁ ମୁହିଁ
ଦିବ୍ୟଜ୍ଞାନ ଦେଇ ସତପଥ ଦେଖାଇ
ଦିବସ ନେଉଛ ବାହି ।।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମେ ଆଦି ତୁମେ ଅନ୍ତ ଏ ସୃଷ୍ଟିର
ସ୍ରଷ୍ଟା ଏହି ବ୍ରହ୍ମାଣ୍ଡର,
ମାନସ ସନ୍ତାନ ବ୍ରହ୍ମା ଯେ ତୁମର
ଜାତ ନାଭି କମଳର,
ମନୁ ଶତରୂପା ତାଙ୍କର
ତାଙ୍କର ସନ୍ତାନ ବଂଶାନୁକ୍ରମରେ
ନର ଜନ୍ମ ନେଲି ମୁହିଁ।।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ତୁମ ପାଇଁ
ବ୍ରହ୍ମମୟ ଏହି ବ୍ରହ୍ମାଣ୍ଡ ପୁରିଛି
ତୁମେ ତ ପ୍ରାଣ ସ୍ପନ୍ଦନ,
ତୁମ ପାଇଁ ପରା ଗଗନ ପବନ
ଛୁଟଇ ବାସ ଚନ୍ଦନ,
ସୁନ୍ଦର ବନ ଉପବନ
ସୁନ୍ଦର ତୁମେ ମଧୁଠୁ ମଧୁର
ଆମେ ଧନ୍ୟ ତୁମ ପାଇଁ ।।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ତୁମ ପାଇଁ ପ୍ରଭୁ ତୁମ ପାଇଁ
ତେତ୍ରିଶ କୋଟି ଜୀବ ମଧ୍ୟରେ ନର
ଜନମ ଯାଚି ଦେଇଛ,
କହିବା ବୋଲିବା ବିଚାରିବା ଗୁଣ
 
; ସବୁତ ଭରି ରଖିଛ,
ସତ୍ୟବାଦୀ ହେବା ପାଇଁ
ସତ୍ୟ କର୍ମ ପଥ ଦେଖାଉଛ ତୁମେ
ଅନ୍ତର୍ଗତେ ମୋର ରହି।
ତୁମ ପାଇଁ ପ୍ରଭୁ ତୁମ ପାଇଁ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ଚଳଚଞ୍ଜଳ ଏ ଗଗନ ପବନ
ସଚରାଚର ଜଗତ,
ଗିରି ବନ ନଦୀ ସର୍ବେ ଆନନ୍ଦିତ
ସୁଶୋଭିତ ସୁବାସିତ,
ପିଅନ୍ତି ନିତି ଅମୃତ
ସୁନ୍ଦର ସୁଷମା ରୂପ ଅନୂପମା
ମୋ ଜନନୀ ଜନ୍ମ ଭୂଇଁ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ପ୍ରଭାତ ସ୍ବାଗତ ଓଁକାର ନିନାଦେ
ରବି ସ୍ବର୍ଣ୍ଣାଭ ଆଭାରେ,
ଭଗବତମୟ ରଜନୀରାଣୀ ମୋ
ବିଭୁ ମଙ୍ଗଳାଷ୍ଟକରେ,
ବ୍ରହ୍ମ ଦ୍ବାଦଶାକ୍ଷରରେ
ବେଦୋପନିଷଦ,ଗୀତା ଭାଗବତେ
ନିଶି ପ୍ରଭାତ ହୁଅଇ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ
ଶବଦ ଝଙ୍କାର ସୃଷ୍ଟିର ଓଁକାର
ସବୁଠି ପ୍ରକାଶ ତୁମେ,
ତୁମେ ଅଣାକାର ସଗୁଣ ସାକାର
ଖୋଜୁଥାଉ ନିତି ଆମେ,
ଥାଅ ଲୁଚି ଅନ୍ତର୍ଗତେ
ଚରଣାଶ୍ରିତ ମୁଁ ଶରଣାର୍ଥୀ ମୁହିଁ
ଦୟାକର ଭାବଗ୍ରାହୀ ।
ତୁମ ପାଇଁ ପ୍ରଭୁ ତୁମ ପାଇଁ