STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ପ୍ରଭୁ ନାମେ ଖୁସି ବିତରୁଛି

ପ୍ରଭୁ ନାମେ ଖୁସି ବିତରୁଛି

1 min
259

ଏଠି ଦେଖିବା ଲୋକ ତ ହଜାରେ 

କିନ୍ତୁ 

ଦେଖି ପରଖିବା, 

ଦେଖି ବୁଝି ନେବା, 

ଦେଖି ସହି ନେବା, 

ଦେଖି ସାନ୍ତ୍ବନା ଦେବା, 

ଦେଖି ଦୋଷ ମୁକ୍ତି କରିବା, 

କେବଳ ଜଣେ କରୁଥାଏ !

ସେହି 

ପରଂବ୍ରହ୍ମ, ପରମେଶ୍ବର

ଅନାଦି, ଅବିନଶ୍ବର 

ସତ୍ଯ ନିତ୍ଯ ଅଲେଖ, ଅଣାକାର 

ଅନ୍ତର୍ଯ୍ୟାମୀ, ଅରୂପ, ଅଦେହରେ ବିଜେ 

ସ୍ବର୍ଗ, ମର୍ତ୍ତ୍ୟ, ପାତାଳ ତିନି ପୁର !


କେବଳ ଯଦି ଦେଖିବାରେ 

ସବୁ ସମସ୍ଯାର ସମାଧାନ 

ହୋଇ ଯାଆନ୍ତା 

ତେବେ କର୍ତ୍ତବ୍ଯ ଓ ଅଧିକାରର 

ତଫାତ୍ କିଛି ନଥାନ୍ତା

"କରି କରାଉଥାଏ ସେହି

ତା ବିନୁ ଅନ୍ଯ ଗତି ନାହିଁ" ।


ଭଲ-ମନ୍ଦ, ହାନି-ଲାଭ 

ଦୁଃଖ-ସୁଖ, କଳା-ଧଳା

ଜୀବ-ଜନ୍ତୁ, ବୃକ୍ଷ-ଲତା 

ଜନ୍ମ-ମୃତ୍ୟୁ, ନିନ୍ଦା-ପ୍ରଶଂସା,

ପୁରୁଷ-ମହିଳା, 

ଅନ୍ଧାର-ଆଲୋକ,

ସବୁ ତ ତାଙ୍କରି ଖେଳ

ଯିଏ ଦେଖି ରଖି ରଚିଛନ୍ତି 

ଏ ସାରା ବିଶ୍ବ ବ୍ରହ୍ମାଣ୍ଡ ।


ଏଠି ପ୍ରଭୁ ନାମେ ଖୁସି ବିତରୁଛି

ସେ ନାମକୁ ଯିଏ ଧରିଛି 

ସେ ଭବ ସଂସାରୁ ପାରି ହୋଇଛି।


ସିଏ ନୁହଁନ୍ତି ଏକ

ସେ ଅନେକରେ ଏକ, ଏକରୁ ଅନେକ 

ସେ ଦାରୁକୁ କରନ୍ତି ଦୁବ

ଅସମ୍ଭବକୁ କରନ୍ତି ସମ୍ଭବ 

ଗତି ମୁକ୍ତି ନାହିଁ ତାଙ୍କ ବ୍ଯତିରେକ ।


ସେହି ଜଣେ ଦେଖୁଛନ୍ତି 

ସେଥିପାଇଁ ମୁଁ ନିର୍ଭୀକ 

ସେ ଜନମ ଦେଇ 

ମୃତ୍ୟୁର ପଥ ଦେଖାଇଲେ ବି 

ନାହିଁ ମୋ ମନେ ଦୁଃଖ ।


ଅନ୍ଧାରରୁ ଯିଏ ଆଲୋକ ଦେଖାଇଛନ୍ତି

ତାଙ୍କ ପାଦ ପଦ୍ମରେ ଏତିକି ପ୍ରଣତି

ଦେଖି ଦେଖାଉଥାନ୍ତୁ କର୍ତ୍ତବ୍ଯର ପଥ

ସମ୍ପାଦନ କରିଯାଏ ମୁଁ ସେ କର୍ତ୍ତବ୍ଯ 

ଏ ଧମନୀରେ ପ୍ରବାହିତ ହେବାଯାଏ ରକ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract