STORYMIRROR

Prahallad Sahoo

Action Classics Inspirational

4  

Prahallad Sahoo

Action Classics Inspirational

ମହିଷାମର୍ଦ୍ଦିନୀ* *ରାଗ: ରାମକେରୀ*

ମହିଷାମର୍ଦ୍ଦିନୀ* *ରାଗ: ରାମକେରୀ*

1 min
11


ଅମର ବର ବ୍ରହ୍ମାଙ୍କ ଠୁଁ ପାଇ ମହିଷାସୁର। 

ଅହଙ୍କାରୀ ଦୌରାତ୍ମ୍ଯରେ ମହୀ କଲା ଥରହର।୧।

ଦେବଗଣ ସଙ୍ଗେ ମାନବ ହୋଇଣ ଭୀତତ୍ରସ୍ତ।

ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଯୋଡହସ୍ତେ କଲେ ସ୍ତୋତ୍ର।୨।

ତ୍ରିଦେବ ଅନୁଭବିଣ ମହିଷାସୁର ତାଣ୍ଡବ। 

ଉପାୟ ପାଞ୍ଚନ୍ତି ଯେହ୍ନେ ଅସୁର ବିନାଶ ହେବ।୩।

ରୂପରେଖ ନାହିଁ ଯା'ର ବହ୍ମା ସେ ପରମେଶ୍ୱର।

ଅରୂପେ ଅଗମ୍ଯେ ଗମିଥାନ୍ତି ପ୍ରଭୁ ତିନିପୁର।୪।

ସେହି ସଦଗୁରୁ ସଂସାର ସାଗର ରକ୍ଷାକର୍ତ୍ତା।

ଦୃଷ୍ଟ ନିବାରୀ ସନ୍ଥ ପାଳି ମହୀ କରନ୍ତି ରକ୍ଷା।୫।

କ୍ରୋଧାନ୍ୱିତ ହୋଇ ସର୍ବ ଦେବଗଣ ସ୍ବର୍ଗେପୁରେ।

ସଭିଙ୍କ ମୁଖରୁ ଜ୍ଯୋତି ସ୍ଫୁରିତ ହୁଅଇ ଧୀରେ।୬।

ସେ ଜ୍ଯୋତିରୁ ସୃଷ୍ଟିହେଲେ ଦେବୀଦୁର୍ଗା ମହାମାୟା।

ଆଜ୍ଞା ଦେଲେ ଦେବଗଣ ନାଶିବାକୁ ଦୃଷ୍ଟ କାୟା।୭।

ବିଷ୍ଣୁଙ୍କ ତେଜୁ ଭୂଜା, ବ୍ରହ୍ମାଙ୍କ ଜ୍ଯୋତିରୁ ଚରଣ। 

ସୂର୍ଯ୍ୟଙ୍କ ତେଜୁ ଅଙ୍ଗୁଷ୍ଠୀ, ଶିବ ଜ୍ଯୋତିରୁ ବଦନ।୮।

ବାୟୁଦେବଙ୍କ ତେଜରୁ ସୃଷ୍ଟି ହେଲା କର୍ଣ୍ଣ ଦ୍ବୟ।

ନିତମ୍ବ ଯେ ମହୀରୁ, ଅଗ୍ନିଙ୍କ ତେଜୁ ତିନି ନେତ୍ର।୯।

ସବୁ ଦେବତାଙ୍କ ଅସ୍ତ୍ରଶସ୍ତ୍ର ଘେନି ହେଲେ କ୍ଷେତ୍ରୀ।

ରଖିଲେ ମହୀ ସନ୍ଧିକ୍ଷଣେ ମହିଷାସୁର ବଧି ।୧୦।

🙏🪔🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action