STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ପ୍ରୀତି ଶୃଙ୍ଗାରିଣୀ

ପ୍ରୀତି ଶୃଙ୍ଗାରିଣୀ

1 min
169


କୁଞ୍ଜରେ ରାଧାରାଣୀ ପ୍ରୀତି ଶୃଙ୍ଗାରିଣୀ

ଶାଶୁ ନଣନ୍ଦ ଆକଟ ମାନେନି

ସ୍ୱାମୀର ଆକଟ ଯିବୁନି ଯମୁନା ପାଣି ଆଣି

ଚାବି ପଡିରହେ ରାଧା ମା ରାଣୀ

ତଥାପି ଚାଲିଥାଏ କୈଶୋର ରାସ

ମନ ଚନ୍ଦ୍ରସେଣା ଙ୍କ ଜମା ବି ବୁଝେନି

ଚାକ୍ଷୁସ ପ୍ରମାଣ ନଥାଇ ରାଧା ବୋଲଏ କଳଙ୍କିନି

ସର୍ବଶ୍ରେଷ୍ଠ ପ୍ରେମିକ ପ୍ରବର ଚନ୍ଦ୍ରସେଣା ପାହେ ଜାମିନୀ

ଡେଙ୍ଗୁରା ବାଜେ ନିଦ ହଜେ ବଇଁଶୀ ଶୁଭେ

ରାଧା ଯାଏ କେମିତି କୋଉ ସୂତ୍ରେ ହୋଇ ପାଗଳିନୀ

ଦେଖ ଦେଖ ରାଧା କୁଞ୍ଜରେ ଚନ୍ଦ୍ରସେଣା ପତ୍ତା ହିଁ ପାଆନ୍ତିନି

ଗଣ୍ଡରେ ଚୁମ୍ବନ ଦାଗ ଧୋକା ଦିଏ ଆଖି କାନ

ବିଶ୍ୱାସ ଅବିଶ୍ୱାସ ଭିତରେ କୃଷ୍ଣପ୍ରିୟା ଭାରି ଅଭିମାନିନି

ଯେଦିନୁ ଯାଇଛି କାହ୍ନୁ ମଥୁରା, ଜମା ଫେରିନି

ରାଧାର ନିସ୍ତେଜ ଶରୀର ଝୁରେ କଦମ୍ବ ବନ ଓ ବନାନୀ

ସ୍ୱାମୀଙ୍କ ପ୍ରଶ୍ନ ଉତ୍ତର କହେ ରାଧା

କୋଉ କୃଷ୍ଣ କିଏ ସିଏ ଜମା ମୁଁ ଚିହ୍ନିନି ଜାଣିନି

ପ୍ରେମ ଓ ପ୍ରୀତିରେ ବନ୍ଧା ରାଧା ପ୍ରାଣପକ୍ଷୀ

ଝୁରି ମରେ ଦିବସ ରଜନୀ

ପୃଥ୍ୱୀ ଛାଡ଼ି ଯିବା ପରେ ଚନ୍ଦ୍ରସେଣା ବୁଝି ପାରନ୍ତିନି

ଗୋପରେ ରାଧା କେମିତି ଅଛି ପ୍ରୀତି ଝୁରି ମରୁଛି

କୃଷ୍ଣ କେବେବି କିଛି ଖବର ରାଧାର କେମିତି ନିଅନ୍ତିନି

ଆଜିବି ପ୍ରୀତି ଶୃଙ୍ଗାରିଣୀ ରାଧା ଛଡା ଅନ୍ୟ ନାମ

ତୁଣ୍ଡକୁ ଆସିନି ଆସେନି,ଅଭିମାନିନି ପ୍ରୀତି ନିର୍ଝରଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance