ପ୍ରୀତି ଶୃଙ୍ଗାରିଣୀ
ପ୍ରୀତି ଶୃଙ୍ଗାରିଣୀ
କୁଞ୍ଜରେ ରାଧାରାଣୀ ପ୍ରୀତି ଶୃଙ୍ଗାରିଣୀ
ଶାଶୁ ନଣନ୍ଦ ଆକଟ ମାନେନି
ସ୍ୱାମୀର ଆକଟ ଯିବୁନି ଯମୁନା ପାଣି ଆଣି
ଚାବି ପଡିରହେ ରାଧା ମା ରାଣୀ
ତଥାପି ଚାଲିଥାଏ କୈଶୋର ରାସ
ମନ ଚନ୍ଦ୍ରସେଣା ଙ୍କ ଜମା ବି ବୁଝେନି
ଚାକ୍ଷୁସ ପ୍ରମାଣ ନଥାଇ ରାଧା ବୋଲଏ କଳଙ୍କିନି
ସର୍ବଶ୍ରେଷ୍ଠ ପ୍ରେମିକ ପ୍ରବର ଚନ୍ଦ୍ରସେଣା ପାହେ ଜାମିନୀ
ଡେଙ୍ଗୁରା ବାଜେ ନିଦ ହଜେ ବଇଁଶୀ ଶୁଭେ
ରାଧା ଯାଏ କେମିତି କୋଉ ସୂତ୍ରେ ହୋଇ ପାଗଳିନୀ
ଦେଖ ଦେଖ ରାଧା କୁଞ୍ଜରେ ଚନ୍ଦ୍ରସେଣା ପତ୍ତା ହିଁ ପାଆନ୍ତିନି
ଗଣ୍ଡରେ ଚୁମ୍ବନ ଦାଗ ଧୋକା ଦିଏ ଆଖି କାନ
ବିଶ୍ୱାସ ଅବିଶ୍ୱାସ ଭିତରେ କୃଷ୍ଣପ୍ରିୟା ଭାରି ଅଭିମାନିନି
ଯେଦିନୁ ଯାଇଛି କାହ୍ନୁ ମଥୁରା, ଜମା ଫେରିନି
ରାଧାର ନିସ୍ତେଜ ଶରୀର ଝୁରେ କଦମ୍ବ ବନ ଓ ବନାନୀ
ସ୍ୱାମୀଙ୍କ ପ୍ରଶ୍ନ ଉତ୍ତର କହେ ରାଧା
କୋଉ କୃଷ୍ଣ କିଏ ସିଏ ଜମା ମୁଁ ଚିହ୍ନିନି ଜାଣିନି
ପ୍ରେମ ଓ ପ୍ରୀତିରେ ବନ୍ଧା ରାଧା ପ୍ରାଣପକ୍ଷୀ
ଝୁରି ମରେ ଦିବସ ରଜନୀ
ପୃଥ୍ୱୀ ଛାଡ଼ି ଯିବା ପରେ ଚନ୍ଦ୍ରସେଣା ବୁଝି ପାରନ୍ତିନି
ଗୋପରେ ରାଧା କେମିତି ଅଛି ପ୍ରୀତି ଝୁରି ମରୁଛି
କୃଷ୍ଣ କେବେବି କିଛି ଖବର ରାଧାର କେମିତି ନିଅନ୍ତିନି
ଆଜିବି ପ୍ରୀତି ଶୃଙ୍ଗାରିଣୀ ରାଧା ଛଡା ଅନ୍ୟ ନାମ
ତୁଣ୍ଡକୁ ଆସିନି ଆସେନି,ଅଭିମାନିନି ପ୍ରୀତି ନିର୍ଝରଣୀ ।

