ଦୀପାବଳି ଆଲୋକ ଜାଳି
ଅଂହଙ୍କାର ଇର୍ଷା ଦେବା ବଳି
ନକାରାତ୍ମକ ସବୁ ଯାଉ ଜଳି
ସମର୍ପଣ କରି ନିଜକୁ ପଦେ କାଳୀ
ପୂଜିବା ପୟର କାଉଁରିଆ ଜାଳି
ନିଜର ଓ ଦେଶର ଯେତେ ବାହୁବଳୀ
ଗଲେଣି ପଦଚିହ୍ନ ଛାଡି ଜଳି ଜାଳି
ପଦାଙ୍କ ଅନୁସରଣ କରିବା ଦେଇ ତାଳି
ପିତୃପୁରୁଷଙ୍କୁ ଆବାହନ କରି ଥାଳି
କ୍ଷୀରି ପୁରୀ ମିଠା ସଙ୍ଗେ ଦେଇ ପୁଳି
ସଜାଡି ଚଉରା କାଉଁରିଆ ଜାଳି
ପ୍ରତ୍ୟୁଷରୁ ରଙ୍ଗବେରଙ୍ଗ ଫୁଲ ତୋଳି
ଚାଙ୍ଗୁଡ଼ି ଭରିବା ଛାଡି କଳି ଦେବା ତାଳି
ବାଣ ଫୁଟେଇବା ଦେଖିଚାହିଁ
ଆଲୋକ ପ୍ରାଧାନ୍ୟ ଦେବା ତହିଁ
ଦୀପାବଳି ଆସିଛି ଆଲୋକର ପର୍ବ
କାଳୀ ମାଆ ପାଖେ ଯଜ୍ଞ ଓ ଜାଗ
ଉଠ ବାଳି ମଠ ନକର ଯିବା ଫୁଲତୋଳି