STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଭୁତମୁଖା 

ଭୁତମୁଖା 

1 min
0


ମୁହଁ ଦେଖି ମଣିଷ ହୃଦୟ ଚିହ୍ନିବା କଷ୍ଟ 
ତଥାପି ମୁଁହଁ ହିଁ ମନ ହୃଦୟର ପ୍ରତିବିମ୍ବ 
ଭାବି ଭାବି ବାଟ ଚାଲୁ ଚାଲୁ ସମୟ ନଷ୍ଟ 
ମୁଁହଁ ସବୁ ମୁଖା ହୁଏତ ଭୁତମୁଖା ଆଜିକାଲି 
ପଢିବା ବୁଝିବା ପରିଚୟ ଇଷ୍ଟ 
ମୁଖା ଲଗା ମଣିଷର ମୁଁହଁ ଦେଖି 
ଶିଖିଗଲି କେତେ ଯେ ଅଭିଷ୍ଟ 
ବରଂ ଆତ୍ମାଟିଏ ଶାନ୍ତି ଖୋଜି ଖୋଜି 
ପାଇବାକୁ ବାଟ 
ଅଟକାଇ ବାଟର ବାଟୋଇକୁ 
ମାଗୁଥାଏ କଳେବଳେ କୌଶଳେ ଅଭିଷ୍ଟ 
ପାଇଗଲେ ଦୀପ ଜାଳେ 
ରଖେ ଫୁଲ ତଳେ 
ମୁଖା କାଢି ଦେଖ ସେହି ପ୍ରେତାତ୍ମାର 
ମଣିଷପଣିଆ ମୁଁହରେ କେତେ ସନ୍ତୁଷ୍ଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy