Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy Others

3  

Rabindra kumar Sahoo

Abstract Tragedy Others

ନୀତି ଆଦର୍ଶକୁ ଆଳ କରି

ନୀତି ଆଦର୍ଶକୁ ଆଳ କରି

1 min
144


   

    ନୀତି ଆଦର୍ଶ କୁ ଆଳ କରି

    ସଦା କବି ତା' କବିତା ଲେଖେ ନାହିଁ

    କବି ତା'ର କବିତା ଲେଖେ

     ଜନ ଜାଗରଣ ନୂତନ ସୃଜନୀ ପାଇଁ ।


     ସମାଜ ହିତ ଜଗତ ହିତ

      ଜନ କଲ୍ୟାଣ ପାଇଁ

     ସାହିତ୍ୟ ର ସୃଷ୍ଟି ହୋଇଛି ମୋ

     କବି କବୟିତ୍ରୀ ଭଉଣୀ ଭାଇ

     ଏଠି ମିଛ ଆଦର୍ଶେ

     ଅନ୍ଧ ଭକ୍ତ ସାଜି

     ସାହିତ୍ୟ କି ସମାଜର କ୍ଷତି

      ନ କର କେହି ମୋ ଭଉଣୀ ଭାଇ ।


    ସତ୍ୟ ଉନ୍ମୋଚନ କରିବା

    ସାହିତ୍ୟିକ ର ହେଉ ମୁଖ୍ୟ ପ୍ରସଙ୍ଗ

    ତା ପରେ ଚିନ୍ତିବା ନୀତି ଆଦର୍ଶ ର 

      ନାନା ଅଙ୍ଗ ପ୍ରତ୍ୟଙ୍ଗ ।


   ଯଦି ଭୋକିଲା ମୁହଁ ରେ ଫୁଟିଲା ହସ

   ତେବେ ସଫଳ ହେବ ଆମ ସାହିତ୍ୟ ରସ

     ଦୀନ ହୀନ ଦରିଦ୍ର ଙ୍କ ପାଶେ

      ଯେବେ ଦେବା ରୋଜଗାର

    ସଫଳ ହେବ ଆମ ସାହିତ୍ୟ ସାଧନାର ।


    ଯେବେ ଦେଶୁ

    ଦୁର୍ନୀତି ଭ୍ରଷ୍ଟାଚାର ଆମେ କରିବା ଦୂର

    ସାହିତ୍ୟ ସର୍ଜନା ର ହେବା

       ଆମେ ସଫଳ କାରିଗର ।


    ନାହିଁ ଯଦି ଆମ ମଧ୍ୟେ ସଂସ୍କାର

   ପୂର୍ବଜ ମାନଙ୍କୁ ଆମେ କରିବା ତିରସ୍କାର

     ଲୋଡା ନାହିଁ ଲୋଡା ନାହିଁ

     ମାଲିସ୍ ସାଲିସ୍ କରି

     ଆପଣେଇବାକୁ ପୁରସ୍କାର ।


    ସାହିତ୍ୟ ସାଧକ ହୁଅ

      ଦେଶ ମାତୃକାର କଥା କୁହ

     ନୀତି ନୈତିକତା ଭୁଲିବା ନାହିଁ

     ସଭିଏଁ ଲେଖିବା ମଣିଷ ଜାତିର

      ମୁକ୍ତି ଓ ପ୍ରଗତି ପାଇଁ

     ନୀତି ଆଦର୍ଶ ର ଆଳରେ

     ଧର୍ମ ଓ ଜାତି ର ଛଳରେ

     ନ କରିବା ଦେଶକୁ ଫାଳ ଫାଳରେ ।


    ହାତର କଣ୍ଢେଇ ନ ସାଜ କା'ର

      ନିଜ ର ନିଜତ୍ବ ବିକ୍ରି ନ କର

    କବି ଓ କବୟିତ୍ରୀ ମାନଙ୍କ କବିତା

     ନୁହଁ ହେ ଭାଇ ଭଉଣୀ ଏତେ ଶସ୍ତା

     ନୀତି ଆଦର୍ଶ କୁ ଆଳ କରି

      ହେ କବି କବୟିତ୍ରୀ ବନ୍ଧୁ ବାନ୍ଧବୀ

    ନିଜ ଆତ୍ମସମ୍ମାନ ଓ ସ୍ଵାଭିମାନ କୁ

     ଦିଅ ନାହିଁ ଶେଷ କରି ।     


Rate this content
Log in

Similar oriya poem from Abstract