STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପଶୁପକ୍ଷୀ ଆମ ପରମ ମିତ

ପଶୁପକ୍ଷୀ ଆମ ପରମ ମିତ

1 min
333

  

  ପରିବେଶ ପାଇଁ ଆମ କରନ୍ତି ହିତ

   କୁହୁ ତାନେ କୋକିଳ ଗାଏ ସେ ଗୀତ

   ମୟୂର ନାଚଇ ପୂଚ୍ଛ ମେଲି ତ

   କାକ ରଖେ ପରିବେଶକୁ ସ୍ବଚ୍ଛ

   ଚିଲ ଓ ଶାଗୁଣା ମିଶି 

    ପରିବେଶ କୁ କରନ୍ତି ଆବର୍ଜନା ମୁକ୍ତ

   ପାରା ଅଟେ ପୁଣି ଶାନ୍ତି ର ଦୂତ

    ପଶୁ ପକ୍ଷୀ ଆମ ପରମ ମିତ।


    ପଶୁ ମାନେ ଆମ ପରମ ମିତ

    ଚାଷ ବାସ ଠାରୁ ଖାଦ୍ୟ ଓ ବସ୍ତ୍ର

    ସବୁରି ମୂଳେ ରହିଛି ସେମାନଙ୍କ ହାତ

    ଗୋ ମାତା ଆମକୁ ଦିଅଇ ଦୁଗ୍ଧ

    ଚାଷ କାମ କରେ ଆମ ବଳଦ

    ଭାର ବୋହିବାକୁ ପାଳିଥାଉ

    ଆମେ ସଭିଏଁ ଘୋଡା ଓ ଗଧ

    କୁକୁର ଆମର ଅତି ବିଶ୍ଵସ୍ତ

    ଆମକୁ ସୁରକ୍ଷା ସିଏ ଦିଏ ତ

    ଛେଳି ଓ ମେଣ୍ଢାଙ୍କ ଖାଉ ଯେ ମାଂସ

    ପଶୁ ପକ୍ଷୀ ଙ୍କ ପାଇଁ 

    ତିଷ୍ଠଇ ଆମ ପରିବେଶ

    ପଶୁ ପକ୍ଷୀଙ୍କ ଜୀବନ 

     ରହିଲେ ସୁରକ୍ଷିତ

    ବଞ୍ଚି ରହିବ ଏ ଜୀବ ଜଗତ

    ପଶୁ ପକ୍ଷୀ ଆମ ପରମ ମିତ

     ତାଙ୍କ ପାଇଁ ଆମ ବିଶ୍ଵ ଜଗତ।


    ଅକାରଣେ ପଶୁ ପକ୍ଷୀ ଙ୍କୁ

      ନ କରିବା ନିହତ

    ବନ ଜଙ୍ଗଲକୁ ରଖିବା ସୁରକ୍ଷିତ

   ପ୍ରାକୃତିକ ସମ୍ପଦ କୁ ରଖି ଅକ୍ଷତ

   ବଞ୍ଚାଇ ରଖିବା ସଭିଏଁ ଆମ ଜୀବ ଜଗତ

   ପ୍ରାଣୀ, ଉଦ୍ଭିଦ,ପଶୁ ଓ ପକ୍ଷୀ ସମ୍ପଦ

    ଜୀବ ଜଗତ ର ଅମୂଲ୍ୟ ସମ୍ପଦ

    ଆଜିଠାରୁ ଆସ ଆମେ ନେବା ଶପଥ

     ପରିବେଶ କୁ ଆମେ କରିବା ମିତ

    ସର୍ବେ ମିଳିମିଶି

    ପରିବେଶ କୁ ରଖିବା ସନ୍ତୁଳିତ

   ଉଦ୍ଭିଦ ଙ୍କ ଯୋଗୁଁ ବଞ୍ଚିବେ ପଶୁ ପକ୍ଷୀ ତ

     ପଶୁ ପକ୍ଷୀ ଆମ ପରମ ମିତ

     ସେମାନେ ବଞ୍ଚିଲେ 

      ବଞ୍ଚିବ ଆମ ବିଶ୍ଵ ଜଗତ

    ପଶୁ ପକ୍ଷୀ ମାନଙ୍କର କରିବା ହିତ

     ଜୀବେ ଦୟା ବୋଲି ଗାଇବା ମନ୍ତ୍ର

    ପଶୁ ପକ୍ଷୀ ଆମ ପରମ ମିତ।।


  

     

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract