STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ସେବେର ମଣିଷ ଏବେର ମଣିଷ

ସେବେର ମଣିଷ ଏବେର ମଣିଷ

2 mins
393


   ସେବେର ମଣିଷ

   ଚାହୁଁଥିଲା ଶାନ୍ତି ରେ ବଞ୍ଚିବା ପାଇଁ

   ହେଲେ ଏବେର ମଣିଷ

     ଚାହୁଁଛି ସଞ୍ଚିବା ପାଇଁ

   ସେବେ ନ ଥିଲା

    ଯାନ ବାହାନ ଉଡାଜାହାଜ

   ହେଲେ ସେ ମଣିଷ

     କରୁଥିଲେ ଭାରି ମଉଜ

  ଜ୍ଞାନ ବିଜ୍ଞାନ ରେ

     ଥିଲେ ସେ ନ୍ୟୁନ

   ଥିଲେ କିନ୍ତୁ ତାଙ୍କର ସ୍ଵାଭିମାନ।


   ଆଜିର ମଣିଷ ସାଜିଛି ବିଦ୍ଵାନ

    ବଢିଛି ଜ୍ଞାନ ପଢି ବିଜ୍ଞାନ

   ହେଲେ ଏ ମଣିଷ

     ହୋଇଯାଇଛି ହୃଦୟ ହୀନ

  ଭୁଲିଛି ତା'ର ଜ୍ଞାତି କୁଟୁମ୍ବ

     ଭୁଲିଛି ବନ୍ଧୁ ପରିଜନ

   ନାହିଁ ଭାଇଚାରା

     ନାହିଁ ସ୍ନେହ ପ୍ରେମ

   ପ୍ରକୃତି କୁ ଭୁଲି

     କୃତ୍ରିମ ଦ୍ରବ୍ୟେ କରଇ ପ୍ରେମ।


   ମୂରୁଖ ଥିଲା ସେହି ମଣିଷ

    ବଞ୍ଚୁଥିଲା ସେ ପଶୁ ସଦୃଶ

   ଥିଲା କିନ୍ତୁ ପାଶେ ତାଙ୍କର

    ସ୍ନେହ ପ୍ରେମ ଓ ନୀତି ଆଦର୍ଶ

   ଜଙ୍ଗଲେ ରହି ଫଳ ସେ ଖାଇ

   ମନ ହୃଦୟେ ଥିଲା ତାଙ୍କ ଉଲ୍ଲାସ

  ଯେତେ ଯେତେ ବୁଦ୍ଧି ହେଲା ଉଦୟ

   ଅର୍ଥ କ୍ଷମତା ପାଇଁ ହେଲା ଅଥୟ

    ବଞ୍ଚିବା ଭୁଲି ସଞ୍ଚିବା ରେ ସେ

    ରଖିଲା ତା'ର ମନରେ ଲୟ

    ଭାଇର ତଣ୍ଟି କାଟୁଛି ଭାଇ

    ସ୍ଵାମୀ ପାଶେ ସ୍ତ୍ରୀ ରୁହନ୍ତି ନାହିଁ

     ସମଲିଙ୍ଗୀ ପୁଣି ହୁଅନ୍ତି ବାହା

    ପରକ୍ରିୟା ପ୍ରୀତି ତ ଭାରି ବଢିଆ

    ଭାଙ୍ଗୁଛି ଏବେ କେତେ ପରିବାର

    ଭୁଲି ସଂସ୍କୃତି ଭୁଲି ସଂସ୍କାର

     ମଣିଷ ସମାଜ ଆଜି ଛାରଖାର

     ବାପା ଚିହ୍ନୁନି ପୁଅକୁ

      ଭାଇ ଚିହ୍ନୁନି ଭାଇକୁ

    କନ୍ୟା ଭୃଣ ହତ୍ୟା

      ଦିନୁଁ ଦିନ ବଢଇ

   ନାରୀ ନିର୍ଯ୍ୟାତନା 

     ହୁ ହୁ ହୋଇ ବଢି ଚାଲଇ

   ହତ୍ୟା ଲୁଣ୍ଠନ ଧର୍

ଷଣ

    ସବୁଥିରେ ଅଗ୍ରଗତି କରୁଛନ୍ତି

     ଆମ ବିଶ୍ଵର ଏ ସଭ୍ୟ ଜନ ।

   

    ମଣିଷ ଏବେ ସାଜିଛି ଦାସ

     ବିବେକ ରେ ତା'ର ପଡିଛି ଫାଶ

   ସତ କହିବାକୁ ସର୍ବେ ପଛାନ୍ତି

     ନ୍ୟାୟ ଧର୍ମ କୁ ମୁହଁ ଲୁଚାନ୍ତି

    ସେବେର ମଣିଷ

     ଚାହୁଁଥିଲା ଶାନ୍ତି ମୈତ୍ରୀ

    ଏବେ ର ମଣିଷ

      ଚାହୁଁଛି ଅର୍ଥ କ୍ଷମତା ଶକ୍ତି

   ସେବେର ମଣିଷ

   ଚାହୁଁଥିଲା ଶାନ୍ତିରେ ବଞ୍ଚିବା ପାଇଁ 

   ହେଲେ ଏବେର ମଣିଷ

    ଚାହୁଁଛି ଧନ ସମ୍ପଦ ସଞ୍ଚିବା ପାଇଁ 

    କଟା ମୁଣ୍ଡ ର ସ୍ତୁପ ଉପରେ

     ତା'ର ସାମ୍ରାଜ୍ୟ ରଚିବା ପାଇଁ

    ଆଦର୍ଶ ବାଦର ଦ୍ଵାହି ଦେଇ 

     ମଣିଷ କୁ କାଟେ ମଣିଷ ଯାଇ

   ସବୁ ଥାଇ ଏବେର ମଣିଷ

     ଯାଇଛି ନିସ୍ଵ ପ୍ରାୟ ହୋଇ

   ନ୍ୟାୟ ଅନ୍ୟାୟ ର ବିଚାର ନାହିଁ

    ଉନ୍ନତି ନାମେ କରୁ ଅବନତି

    ପରିବେଶ ଆମ

    ନଷ୍ଟ ଭ୍ରଷ୍ଟ ଯାଉଛି ହୋଇ

    ଶାନ୍ତି ବଦଳେ 

     ଯୁଦ୍ଧେ ଆମ ବିଶ୍ଵାସ ବଢଇ

    ମଣିଷ ରକ୍ତେ ମଣିଷ ହୋଲି ଖେଳଇ

     ବିଷାକ୍ତ ଆମ ମନ ହୃଦୟ

       ସଭିଙ୍କ ର ଯାଇଛି ହୋଇ

     ଗାଁ ମଲାଣି

     ଗାଁ ପରିବେଶ ଶେଷ ହେଲାଣି

   ଆମ ସଂସ୍କାର ସଂସ୍କୃତି କୁ

     ଆମେ ଦେଲୁଣି ମେଲାଣି

    ଖାଦ୍ୟ ପାନୀୟ ସବୁରେ ବିଷ

    ମଣିଷ ମନ ସଭିଙ୍କର ବିରସ

     ସଭିଙ୍କ ମୁଖୁ ଲିଭିଛି ହସ

    ତେଣୁ ସେବେର ମଣିଷ

     ଚାହୁଁଥିଲା ଶାନ୍ତିରେ ବଞ୍ଚିବା ପାଇଁ

   ହେଲେ ଏବେର ମଣିଷ

    ଚାହୁଁଛି ସଞ୍ଚିବା ପାଇଁ ।


     

     

   


Rate this content
Log in

Similar oriya poem from Abstract