STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

1 min
151

   ଅଢେଇ ଦିନର ଏହି ସଂସାର ହାଟ

    ମାୟା ରେ ପଡି ସରବେ ଛଟପଟ

    ରଚିଛି ସେ ମାୟାବୀ ମାୟାର ହାଟ

    ଜଗି ବସିଛି ସେ ଯେ ମାୟାର ଘାଟ

    ବୁଝେନା ଏ ମଣିଷ ତା ମାୟାର ନାଟ

    ମାୟାଧର ନାମେ ଜାଣେ ତାକୁ ଜଗତ

     କେତେ ଯେ ରଚିଥାଏ କୂଟ କପଟ

     ମିଛ ଲୋଭ ମୋହରେ ହୁଏ ଛଟପଟ

    ଆସିଛୁ ଲଙ୍ଗଳା ପୁଣି ଯିବୁ ଶୂନ୍ୟ ହୋଇ ତ

     ଏ ମର୍ତ୍ତ୍ୟ ମଣ୍ଡଳେ ମୃତ୍ୟୁ ହିଁ ସତ୍ୟ

     ଯେବେ ସରିବ ତୋର ସଂସାର ହାଟ

     ନିଶ୍ଚେ ଶରୀରୁ ଛାଡିବ ଦିନେ ତୋର ଘଟ

    କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ

     କି ଘେନି ଯିବୁ ତୁହି ଛୁଟିଲେ ଘଟ।

    ଜାୟା ଜନନୀ ଭଗିନୀ ସଖା ସହୋଦର

     କେ ନୁହେଁ ଏ ସଂସାରେ ତୋର ନିଜର

    ମାୟା ମରିଚୀକା ଖାଲି ମିଥ୍ୟା ପ୍ରହେଳିକା

     ଆସିଛୁ ଧନ ତୁହି ଯିବୁ ତୁ ଏକା

    ଏ ଧନ ସମ୍ପଦ ଏ ଥାଟ ପାଟ

     ଏ ଘର ଦ୍ଵାର ଏ ସୁବର୍ଣ୍ଣ ପଲଙ୍କ ଖଟ

     କେ ଯିବେନି ତୋ ସଙ୍ଗତେ ଛୁଟିଲେ ଘଟ

     ମଲା ମଲା ବୋଲି କାନ୍ଦିବେ ଦି ଦିନ

      ସଙ୍ଗତେ ନ ଯିବେ କେହି ତୋ ପରିଜନ

     ଏ ସୃଷ୍ଟି ମାୟାଧର ଙ୍କ ମାୟା

     ସେ ମାୟାରେ ପଡି ହେଉ ତୁ ବାୟା

     ଜନମ ମରଣ ଅଟଇ ସତ୍ୟ

     ଜଗତ୍ ମିଥ୍ୟା ବ୍ରହ୍ମ ଏକା ସତ୍ୟ

    ଭଜୁଥା ହରି ନାମ ବାବୁରେ ନିତ୍ୟ

     କର ତୁ ପରୋପକାର

      ନ ରଖି ମନେ ହୃଦେ କପଟ 

     ମାନବ ସେବା କରି 

        ମାଧବଙ୍କ ହେବୁ ନିକଟ 

    ସତ୍ କର୍ମକୁ ଜୀବନେ କର ତୁ ବ୍ରତ

     କର୍ମ ହିଁ ଏ ଜଗତେ ସତ୍ୟ

     ଆଚର ସତ୍ୟ ନ୍ୟାୟ ଧର୍ମ ପଥ

    ହୋଇବେ ତୋତେ ହରି ପ୍ରାପତ

    ହରି ଙ୍କ ପାଇଁ ଏ ଜଗତ

    ହରି ହିଁ ସୃଷ୍ଟି ସ୍ଥିତି ପ୍ରଳୟର ନାଥ

    ମାୟା ମୋହକୁ ମନୁ କର ଦୂରିତ

     ଅଢେଇ ଦିନର ଏହି ସଂସାର ହାଟ

     ମାୟାରେ ପଡି ନ ହୁଅ ଛଟପଟ

     ଆରେ ଧନ ଆରେ ପାଗଳା ମନ 

    କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ 

     କି ଘେନି ଯିବୁ ତୁହି ଛୁଟିଲେ ଘଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract