STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ମରଣ ସଜାଡେ କୋକେଇ

ମରଣ ସଜାଡେ କୋକେଇ

2 mins
11



ମରଣ ସଜାଡେ କୋକେଇ ମନ ଗୁମୁରେ ବସି

କେତେ ପାପ କେତେ ପୂଣ୍ୟ ଯେ ମର୍ତ୍ତ୍ୟେ କରିଛି ଆସି।

ଏନ୍ତୁଡି ଶାଳରୁ ବିଷୟା ବିଷେ ହେଉଛି ଘାଣ୍ଟି 

ଲୋଭ ଲାଭ ମାୟା ଜାଲରୁ ମନ ଖୋଲୁନି ଗଣ୍ଠି ।୧!


ଚିତା ଚଇତନ ଲଗାଇ ମନ ଦେଖାଇ ହେଉ

ଚିତାକଟା ଭାବ ମନରୁ ଯମା ଛାଡୁତ ନାହୁଁ।

ଗର୍ବ ଅହଙ୍କାର କାହିଁକି ମନ କରୁଛୁ ଏତେ

ହିଂସା ବାଦ କଲେ କିଲାଭ କହ ପାଇବୁ ସତେ।୨!


ମାୟାରେ ହୋଇତୁ ବାଇଆ ଯାହା ଅରଜୁ ଧନ

ଗଲାବେଳେ କିଛି ଯିବନି ତୋର ସାଥିରେ ମନ।

ଖାଲି ହାତେ ଆସିଥିଲୁ ତୁ ଖାଲି ହାତରେ ଯିବୁ

ମୋର ମୋର ବୋଲି ମିଛରେ ତୁତ ଭାବୁଛୁ ସବୁ।୩!


ଉଆଶ ତୋଳିଛୁ ମେଘକୁ ଛୁଏଁ ମଥାନ ତାର

ଘଟ ଛୁଟିଗଲେ ନିମିଷେ ସବୁ ହେବରେ ପର।

ଛୁଇଁବାକୁ ତୋତେ ଡରିବେ ତୋର ଆପଣା ଯେତେ

ଦୂରୁ ନମସ୍କାର କରିବେ ମଡ଼ା କୁ ତୋ ସମସ୍ତେ।୪!


ସୁନା ରୁପା ହୀରା ଗହଣା ଯାହା ନାଇଚୁ ଯେତେ

ଖୋଲି ରଖିଦେବେ ଦେହରୁ ଖଣ୍ଡେ ଦେବେନି ତୋତେ ।

ଖାଲି ଖଣ୍ଡେ ନୂଆ ଲୁଗାକୁ ତୋର ଦେହେ ଗୁଡେଇ

ଫୁଲମାଳ ନାଇ କୋକେଇ ପରେ ଦେବେ ଗଡେଇ।୫!


ଆଶା ମରିଚିକା ପଛରେ ମିଛେ ଧାଇଁଛୁ ମନ

ଆଶା ନହୋଇଲେ ପୁରଣ ଭୋଗୁ ଅଛୁ କଷଣ।

ଦୁଃଖ ଅବସାଦ କାରଣ ତୋର ହଜାରେ ଆଶା

ଆଶା କୁ ପାଶୋରି ମନରେ କର ହରି ଭରଷା ।୬!


କାହାର ଭଲକୁ କେବେ ତୁ ଜମା ପାରୁନୁ ସହି

ପର ଭଲ ଦେଖି ଇର୍ଷା ରେ ନିତି ଜଳୁଛୁ ତୁହି।

ପର ଶ୍ରୀ କାତର ଇର୍ଷା ଟି ତୋର ବଡ ବଇରୀ

ଭିତରେ ଭିତରେ ଦିଅନ୍ତି ରୋଗ ଯାତନା ଭରି ।୭!


ଅନୀତି ଦୁର୍ନୀତି ପାଗଳ ମନ ହେଉଛୁ କିଆଁ 

ସମୟ ତ ସବୁ ଦେଖୁଛି ଟିକେ ନିରିଖି ଚାହାଁ 

ଜଳିବା ଆଗରୁ ତୋ ଜୁଇ ନିଶ୍ଚେ ଭୋଗିବୁ ଫଳ

ତୋ କଲା କରମ ନିଶ୍ଚୟ ତୋର ହୋଇବ କାଳ ।୮!!


ଭଲ କଥା ଜମା ଲ

ାଗେନି ମନ ତୋତେ ରେ ଭଲ

ସେଇଥିପାଇଁକି ହେଉ ରେ କେତେ ତୁ କଲବଲ।

ମୃତ୍ଯୂ କଥା ମନେ ଭାବିଲେ ମନ, ଭୟରେ ଥରୁ

ଭାବୁନା କେମିତି ତରିବୁ ଏହି ଭବ ସାଗରୁ !୯!


କାଳ ଯମ ବଡ ନିଷ୍ଠୁର କିଛି ମାନେନି ସେହି

ଘୋଷାଡି ଘୋଷାଡି ନେବରେ ଯମ ପୁରକୁ ବୋହି।

ରୋଗ ଯାତନା ରେ ମନ ତୁ ଦିନେ ହୋଇବୁ ଘାଣ୍ଟି

ଯମ ଯନ୍ତ୍ରଣା ରୁ ଯନ୍ତ୍ରଣା ତୋର ବଳିଯିବଟି ।


ନିଶ୍ବାସ କୁ ନାହିଁ ବିଶ୍ବାସ କେବେ ଅଟକି ଯିବ 

ଏଡ଼େ ସୁନ୍ଦର ତୋ ଶରୀର ଜଳି ପାଉଁଶ ହେବ ।

କିଏବା ଜାଣିଛି କାହାର କେବେ ସରିବ ଖେଳ

ଅବେଳେ କେଉଁଠି କାହାର ପୁରି ଯିବରେ କାଳ।୧୧!


ଛଖଣ୍ଡ କାଠରେ କୋକେଇ ତୋତେ ନେବେ ରେ ବୋହି

ଶୋଇ ଦେବେ ତୋତେ ଯତନେ ତୋର ସଜାଡି ଜୁଇ।

ପୁଅ ନାତି ନିଆଁ ଦେବେ ରେ ତୋର ମଲା ମୁହଁ ରେ

ହରି ନାମ ରାମ ନାମକୁ ସବୁ ତୁଣ୍ଡେ ଗାଇରେ।୧୨!


ଆଜି ମଲେ କାଲି ଦିଦିନ ତୋତେ ଭୁଲି ଯିବେରେ 

କରିଥିଲେ ଭଲ କାମଟି ତୋତେ ଝୁରି ହେବେ ରେ।

ପିଲାବେଳୁ ଧର୍ମ ସଞ୍ଚିଲେ ପୂଣ୍ୟ ହୋଇବ ସାହା

ଖାଲ ଢିପ ଭରା ଜୀବନେ ଖୋଜି ପାଇବୁ ରାହା ।୧୩!


ପ୍ରଭୁ ଙ୍କ ପାଦରେ ନିଜକୁ ଯେବେ ସମର୍ପି ଦେବୁ

ଆସୁ ପଛେ ଦୁଃଖ ଯାତନା ସହି ପାରିବୁ ସବୁ ।

ମରଣକୁ ଜମା ମନରେ ଭୟ ରହିବ ନାହିଁ

ଆସିଥିଲୁ କାନ୍ଦି କାନ୍ଦି ରେ ଯିବୁ ଖୁସିରେ ତୁହି ।୧୪!


ଚକାଆଖି ସବୁ ଦେଖନ୍ତି ମନ କରୁଛୁ ଯାହା

ମନ ଦେଇ କଲେ ଧ୍ଯାନ ଟି ତୋତେ ହୋଇବେ ସାହା।

ବାଟ ଭୁଲିଗଲେ ଦେବେ ରେ ତୋତେ ବାଟ ବତାଇ

ଅବେଳରେ ହେବେ ଭରଷା ତୋର ପାଖରେ ରହି।୧୫!!


ଏଜନମ ପୁଣି ମନରେ ଆର ଜନମ ପାଇଁ

ପୂଣ୍ୟ ତୁ ସଞ୍ଚିବୁ ଜପିଲେ ହରି ନାମକୁ ସେହି।

ମରିଗଲେ ଜଳି ଦେହଟି ସିନା ପାଉଁଶ ହେବ

ଆତ୍ମା ତୋର ହରି ପାଦରେ ନିଶ୍ଚେ ସ୍ଥାନ ପାଇବ ।୧୬!!



Rate this content
Log in

Similar oriya poem from Abstract