STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜ୍ୟୋତିର୍ଲିଙ୍ଗ

ଜ୍ୟୋତିର୍ଲିଙ୍ଗ

2 mins
14

ଜ୍ୟୋତିର୍ଲିଙ୍ଗ
ଦିଲ୍ଲୀପ କୁମାର ସାହୁ
"""""""""""""""""""""""
ବିଶ୍ବର ବିଶ୍ୱାସ ନିଶ୍ବର ନିଶ୍ବାସ
ବାବା ଆଶୁତୋଷ ଅଳପେ ତୋଷ
ଜ୍ୟୋତିର୍ଲିଙ୍ଗ ରୂପେ  ପ୍ରକଟିତ ହୋଇ
ଆଶିଷ ବରଷି କଳୁଷ ନାସ.....

ଅଗ୍ନିପୀଣ୍ଡ ରୂପେ ଆବିର୍ଭାବ ହେଲ
ଜ୍ୟୋତିର୍ଲିଙ୍ଗ ରୂପେ କରୁଛ ଲୀଳା
ଦ୍ବାଦଶ ସ୍ଥାନରେ ଦ୍ୱାଦଶ ନାମରେ
ଉଣା କରୁଅଛ ସଂସାର ଜ୍ବଳା
ସଂସାର କୁ ତୁମେ ସମ୍ପଦରେ ଭରି
ନିଜେ ବୋଳିହୁଅ ଦେହେ ପାଉଁଶ....

ତୁମେ ସୋମନାଥ ମଲ୍ଲିକାଅର୍ଜୁନ
ମହାକାଳ ବାବା ଓଙ୍କାରେଶ୍ବର
କାଶି ବିଶ୍ବନାଥ ଶ୍ରୀ କେଦାରନାଥ
  ତ୍ରୈୟମ୍ବକେଶ୍ବର ଭୀମାଶଙ୍କର
ବୈଦ୍ୟନାଥ ନାଗେଶ୍ବର ରାମେଶ୍ୱର
ଘୃଷ୍ଣେଶ୍ବର  ରୂପେ ହେଲ ପ୍ରକାଶ..

ସୌରାଷ୍ଟ୍ରେ ସାଗର କୂଳରେ ଶ୍ରୀରାମ
କିରାବାପାଇଁକି ଶିବ ପୂଜନ
କରିଥିଲେ ସୋମନାଥଙ୍କୁ ସ୍ଥାପନ
କଥା କିମ୍ବଦନ୍ତୀ କରେ ବର୍ଣ୍ଣନ
ବାବା ଜ୍ୟୋତିର୍ଲିଙ୍ଗ ଶିବାଗ୍ନି ରୁ ସୃଷ୍ଟି
ପାପତାପ କରିଥାନ୍ତି ବିନାଶ....

କୃଷ୍ଣା ନଦୀ ତଟେ ଶ୍ରୀଶୈଳ ଶିଖରେ
ମଲ୍ଲିକାଅର୍ଜୁନ ପାଆନ୍ତି ପୂଜା
ଜ୍ୟୋତିର୍ଲିଙ୍ଗ ବାବା ଅପାର ମହିମା
ସାରା ଜଗତରେ ଉଡୁଛି ଧ୍ବଜା
ଉଜ୍ଜୟିନୀ ଠାରେ ମହାକାଳେଶ୍ୱର
ଆଶିଷେ ଦୂରିତ ହୁଅଇ ନାଶ...

ନର୍ମଦା କୂଳରେ ଓଙ୍କାରେଶ୍ବର
କାଶି ବିଶ୍ବନାଥ ବାରାଣାସୀରେ
ହିମ ଶିଖର ରେ ଶ୍ରୀ କେଦାରନାଥ
ଭକତ ଭିଜଇ ଭାବ ଭକ୍ତିରେ
ଚଡାକିନ୍ଯା ରେ  ଭୀମଶଙ୍କରେଶ୍ବର
ସାତ ଜନ୍ମ ପାପ କର ବିନାଶ...

ଗୋଦାବରୀ ତଟେ ବ୍ରହ୍ମଗିରି ପରେ
ବାବା ତ୍ରୈୟମ୍ବକେଶ୍ବର
ପରାଳିରେ ବୈଦ୍ଯରାଜ ବୈଦ୍ୟନାଥ
ଦ୍ବାରକାରେ ନାଗେଶ୍ବର
ସେତୁବନ୍ଧ ଠାରେ ବାବା ରାମେଶ୍ଵର
ସମ୍ଭାଜୀ ନଗରେ ଶ୍ରୀ ଘୃଷ୍ଣେଶ୍ବର...


ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଙ୍କ ଦର୍ଶନେ
ପାପତାପ ସବୁ ହୁଅଇ କ୍ଷୟ
ଭବ ଜଳଧିରୁ ମୁକତି ମିଳଇ
ଯମ ଯନ୍ତ୍ରଣା କୁ ନଥାଏ ଭୟ
ଜ୍ୟୋତିର୍ଲିଙ୍ଗ ଙ୍କର ନାମ ସ୍ମରଣ ରେ
ବଢଇ ଆୟୁଷ ମିଳଇ ଯଶ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics