Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Classics Inspirational

5  

Gangotri Priyadarshini

Abstract Classics Inspirational

ପବିତ୍ର କାର୍ତ୍ତିକ

ପବିତ୍ର କାର୍ତ୍ତିକ

1 min
488



ଆସିବେ ସତେକି ପ୍ରଭୁ ନାଗାର୍ଜୁନ ବେଶେ 

ରୋଷ ତେଜି ହୃଦୟେ ହୋଇବେ ପ୍ରବେଶେ 

ମୁହଁ ଛପା ଦେଇ ରହିଲ କିମ୍ପାଇଁ 

ଅପେକ୍ଷାର ବ୍ୟଥା ସହି ହୁଏ ନାହିଁ ।


କେମିତି ଏ ରୋଗ ଦାଉ ସାଧୁ ଅଛି

ତୁମ ବିନା ଆନ ପ୍ରଭୁ ସାଧ୍ୟ କାର ଅଛି 

ତ୍ରାହି ତ୍ରାହି ବୋଲି ନାଥ ଗୁହାରି ଶୁଭୁଚି

ଶୁଣ ବାରେ ନିବେଦନ ଜୀବନ ଜୁଝୁଛି ।


ଅପରୂପ ଦୃଶ୍ୟ ହେଉ ଅନୁନୟ କରେ 

କରୋନାର ପ୍ରାଦୁର୍ଭାବ ଧ୍ଵଂସ ନିମିଷରେ 

ଚକ୍ରେ ପ୍ରଭୁ ହରି ନିଅ ରୋଗ କ୍ଲେଶ ଭବୁ

ତୁମ ନାମ ଗାଇ ଦୁଃଖ ଦୂର ହେଉ ସବୁ ।


ସତେ କି ଭାଗ୍ୟ ହୋଇବ ଦର୍ଶନ ମିଳିବ

ପବିତ୍ର କାର୍ତ୍ତିକରେ ସର୍ବ ପାତକ ହରିବ ।।



Rate this content
Log in

Similar oriya poem from Abstract