STORYMIRROR

Suchismita Rout

Abstract

4  

Suchismita Rout

Abstract

ଆଲବମ୍

ଆଲବମ୍

1 min
204


ସ୍ନେହର ଆସ୍ତରଣ ତଳେ ଭାବନାର ପୁସ୍ତକ

ଫର୍ଦ୍ଦ ଲେଉଟାଉଣୁ ଖୁସିରେ ଅବା ଦୁଃଖରେ 

ଝରିପଡେ ଲୋତକ,


ଛୋଟ-ବଡ଼, ଭଲ-ମନ୍ଦ,ନୂଆ-ପୁରୁଣା

ପିନ୍ଧିଥାଇ କେତେ ଯେ ଅଭୁଲା ଗାଥାର ଗହଣା,


ଭାବର ପ୍ରତିଛବି ସିଏ ଅତୀତର ଚାବିକାଠି

ବର୍ତ୍ତମାନକୁ ଅତୀତ ପାଇଁ କରୁଥାଏ ଏକାଠି,


ଜନ୍ମ ରୁ ମୃତ୍ୟୁ ଯାଏ ପରୁଥାଉ ଦେଖି

ପ୍ରତି ଘଟଣାବଳୀର ସଜିଥାଏ ମୁକ ସାକ୍ଷୀ,


 କାନ୍ଦୁଥିବା କେବେ ସେ ପାରେ ହସାଇ 

 ସ୍ମୃତିର ତରଣୀରେ ବସାଇ ପୁଣି କେବେ ଦିଏ କନ୍ଦାଇ,


ପୁଅ,ଝିଅ ,ବାପା ,ମା ଆଉ କେତେ ପିତୃପୁରୁଷ

ସାଇ ପଡ଼ିଶା ଠୁଁ ନେଇ ଥାଆନ୍ତି ବନ୍ଧୁ ପରିଷଦ,


କଳାଧଳା ଯୁଗଠୁଁ ନେଇ ଆଧୁନିକ ରଙ୍ଗୀନଯୁଗ ଯାଏ

ସମସ୍ତଙ୍କୁ ନେଇ ସାଜିଛି ଅନେକ ଫୁଲର ମାଳଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract