STORYMIRROR

Suchismita Rout

Abstract Tragedy

3  

Suchismita Rout

Abstract Tragedy

ସ୍ଵପ୍ନ ହଜିଯାଏ ରାତି ସରିଯାଏ

ସ୍ଵପ୍ନ ହଜିଯାଏ ରାତି ସରିଯାଏ

1 min
206

କଢ଼ିଟିଏ ଯେବେ ଫୁଲ ହେଉଥାଏ

କିଶୋରୀ ମନ ତାର 

ସୁନେଲି ସ୍ବପ୍ନ ସଜାଉଥାଏ,

ନିଦ ହଜାଇ ଦେଇ,ରାତି ପାହି ଦିଏ

କଡ ଲେଉଟାଇ ଲେଉଟାଇ 

ଖାଲି ମୁରୁକି ହସ ଦେଉଥାଏ।


ଅସୁମାରୀ ଆଶା ଭରା ହୃଦୟ ତାର

ଅଙ୍କାବଙ୍କା ନଈଟିଏ ପରି

ବିବେକ ରୂପକ ଗିରି ବୁକୁ ଚିରି ବହିଯାଉଥାଏ

ଖିଆଲି ମନ ତାର ଖାଲି l


ଦୁନିଆଁର ରଙ୍ଗୀନ୍ ପର୍ଶ୍ୱକୁ ଦେଖୁଥାଏ,

ଆଉ ଚୁଲବୁଲି ପ୍ରଜାପତି ଭଳି

ଏ ଫୁଲରୁ ସେ ଫୁଲକୁ ଉଡିବୁଲୁଥାଏ

ହଠାତ୍ ଯେବେ ଅଗ୍ରଗାମୀ ସ୍ରୋତ ତାର l


ଧକ୍କା ଖାଏ ଶକ୍ତ ଚଟ୍ଟଣରେ

ବଦଳି ଯାଇଥାଏ ତାର ଜୀବନର ମୋଡ଼,

ଆୟତ୍ତରେ ନଥାଏ କିଛି,ନା ସ୍ବପ୍ନ ନା ରାତି

ଯେବେ ଆସିଥାଏ କଠୋର ଦୁନିଆର

ବାସ୍ତବିକ୍ ରୂପ,ସାମ୍ନାକୁ ତାର l


କୁଆଁରୀ ମନର କୋମଳ ହୃଦୟ

ଭାଙ୍ଗି ଇତସ୍ତତଃ ହୋଇଥାଏ

ଦିନେ ସ୍ବପ୍ନ ସଯାଉଥିବା ଚକ୍ଷୁ ଯୁଗଳ ରେ

କେବଳ ମାଡ଼ି ଆସିଥାଏ ନିଃସଙ୍ଗ l


ଆଶା , ଆକାଙ୍କ୍ଷା କୁ ସମାଧି କରି 

ତା ଉପରେ ବସିଥାଏ ସେ,

ଆଉ ସଜାଇଥିବା ସୁନେଲି ସ୍ବପ୍ନ ସବୁ

ହଜି ଯାଇଥାଏ କେଉଁ ନିଃସଙ୍ଗ ଯାତ୍ରାରେ

ରାତି ଗୁଡ଼ିକ ଏମିତି ସରିଯାଉଥାଏ

ଯେମିତି ଜୀବନର ଶେଷ ରାତି ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract