STORYMIRROR

Suchismita Rout

Abstract

4  

Suchismita Rout

Abstract

ନବବର୍ଷ

ନବବର୍ଷ

1 min
313

କିଛି ଦୂରେଇ ଯାଉଥିବା ବର୍ତ୍ତମାନର ସ୍ମୃତି ଅନୁଭୂତି,

ଆଉ କିଛି ଘନେଇ ଆସୁଥିବା ଭବିଷ୍ୟତର ଆଶା ଅଭିଳାଷା,

ଆଦିର ସମାହାର ହୋଇ ଉଭା ହୁଏ ନବବର୍ଷ।


ମନଭିତରେ କିଛି ହରାଇବାର ଅବଶୋଷ,କିଛି ପ୍ରାପ୍ତିର ତୃପ୍ତି,

ପୁଣି ତା ସାଙ୍ଗକୁ କିଛି ନୂଆ ମନୋବାଞ୍ଛା ସହ, ଶୁଭ କାମନା,

ଏ ହେଉଛି ନବବର୍ଷ ଆଗମନର ଶୁଭ ସଂକେତ।


ନବବର୍ଷ ଆସେ ,ନବବର୍ଷ ଆସୁଅଛି ଏବଂ ନବବର୍ଷ ଆସୁଥିବ ମଧ୍ୟ,

କେବଳ ରହୁଥିବ ସମୟଚକ୍ରରେ ଘଟୁଥିବା ପରିବର୍ତ୍ତନର ଚିହ୍ନ ଗୁଡ଼ିକ,

ଆଉ ତାହା ଅବସାଦଗ୍ରସ୍ତ ହୋଇପାରେ,

ଆନନ୍ଦମୟ ହୋଇପାରେ ଅବା

ସନ୍ତୋଷ ଜନକ ହୋଇଥାଇପାରେ।


ଗଡିଚାଲେ ଦିନ ପରେ ଦିନ ,ମାସ ପରେ ମାସ,

ଆଉ ଆମେ ଓଲଟାଇ ଚାଲୁ କ୍ୟାଲେଣ୍ଡରରେ ଫର୍ଦ୍ଦ ପରେ ଫର୍ଦ୍ଦ,

 ପରିବର୍ତ୍ତନଶୀଳ ଦୁନିଆ ଭିତରେ ଦେଖୁ ଦେଖୁ କେତେବେଳେ ପୁରୁଣାବର୍ଷ ପାଲଟି ଯାଇଥାଏ ଏଇ ନବବର୍ଷ ।


କିଛି ନୂଆ କିଛି ପୁରୁଣା କେଉଁଠି ସୃଷ୍ଟି କେଉଁଠି ନାଶ କେଉଁଠି ଜନ୍ମ ତ କେଉଁଠି ମୃତ୍ୟୁ,

କିଏ ହରେଇବାର ଦୁଃଖ ସନ୍ତାପ ଭିତରେ ,ତ କିଏ ଜିତ୍ ହାସଲର ଉତ୍କଣ୍ଠା ଭିତରେ ସ୍ଥିତ,

କିନ୍ତୁ ସଭିଏଁ ଉତ୍ଫୁଲିତ ହୋଇ କରନ୍ତି ନବବର୍ଷକୁ ସୁସ୍ୱାଗତ ।


ନବବର୍ଷ ଘେନି ଆସୁ ଖୁସି ଅପ୍ରମିତ, ଅଜସ୍ର ସଫଳତା ଆଉ ନୀରୋଗ ସୁସ୍ଥ ଜୀବନ,

ସଭିଙ୍କ ଜୀବନ ଛବିରେ ଭରି ଯାଉ ଇନ୍ଦ୍ରଧନୁ ପରି ଉଜ୍ଜ୍ବଳ ରଙ୍ଗ,

ନଥାଉ ଦୁଃଖ,ଶୋକ,ଭୟ,ହିଂସା,କ୍ରୋଧ ଆଉ ପରଶ୍ରୀକାତରତା ଭରା ଅନ୍ଧକାର,

ଜଗତର ନାଥ ଶ୍ରୀ ଜଗନ୍ନାଥ କରନ୍ତୁ କଲ୍ୟାଣ ମଙ୍ଗଳମୟ ହେଉ ଏଥରର ନବବର୍ଷ,ଏଥରର ନବବର୍ଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract