STORYMIRROR

Suchismita Rout

Abstract Inspirational

3  

Suchismita Rout

Abstract Inspirational

ଶୋଇ ଦିଅନା ଇଚ୍ଛାକୁ

ଶୋଇ ଦିଅନା ଇଚ୍ଛାକୁ

1 min
129

ଇଚ୍ଛା,ସାଗରେ ସୃଷ୍ଟି ତରଙ୍ଗ ପରି

ପ୍ରତି ମୁହୂର୍ତ୍ତରେ ଭାଙ୍ଗି ଗଢି ହେଉଥାଏ।

ଇଚ୍ଛା,ଅସ୍ଥିର ଚଞ୍ଚଳ ବିହଗଟି ପରି

ଡାଳରୁ ଡାଳ ଘୁରିବୁଲୁଥାଏ।


ଇଚ୍ଛା, ବନସ୍ତର ପ୍ରଗଲଭ୍ ହସ୍ତୀ ପ୍ରାୟ 

ବୁଦ୍ଧିବାଟ ହଜାଇ ମସ୍ତକେ ଚଢ଼ି ବସେ 

ଇଚ୍ଛା,ଦୃଢ଼ ନିଶ୍ଚୟ ପଥିକଟିଏ ପରି

ନିଜ ପୂର୍ତ୍ତି ପାଇଁ ନିଆଁର ସମୁଦ୍ର ଲଙ୍ଘିଯାଏ।


ଇଚ୍ଛା,ସଂଜମତ ଧ୍ୟାନମଗ୍ନ ଋଷି ପରାଏ

ଅନୁଶାସନ ଭାରି ଜୀବନେ ସଫଳତା ଆଣିଥାଏ।

ଇଚ୍ଛା ବଳେ ଜୀବନ ବିତୃଷ୍ନା,ଇଛା ବଳେ ତୃପ୍ତି

ଇଚ୍ଛାକୁ ଦିଅନା ଶୋଇ,ଜାଗ୍ରତ ରଖ ଆଶାର ଜଳ ସିଞ୍ଚି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract