Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Rout

Abstract

3  

Suchismita Rout

Abstract

ଆଲବମ୍

ଆଲବମ୍

1 min
196


ସ୍ନେହର ଆସ୍ତରଣ ତଳେ ଭାବନାର ପୁସ୍ତକ

ଫର୍ଦ୍ଦ ଲେଉଟାଉଣୁ ଖୁସିରେ ଅବା ଦୁଃଖରେ 

ଝରିପଡେ ଲୋତକ l


ଛୋଟ-ବଡ଼, ଭଲ-ମନ୍ଦ,ନୂଆ-ପୁରୁଣା

ପିନ୍ଧିଥାଇ କେତେ ଯେ ଅଭୁଲା ଗାଥାର ଗହଣା l


ଭାବର ପ୍ରତିଛବି ସିଏ ଅତୀତର ଚାବିକାଠି

ବର୍ତ୍ତମାନକୁ ଅତୀତ ପାଇଁ କରୁଥାଏ ଏକାଠି l


ଜନ୍ମରୁ ମୃତ୍ୟୁ ଯାଏ ପରୁଥାଉ ଦେଖି

ପ୍ରତି ଘଟଣାବଳୀର ସଜିଥାଏ ମୁକ ସାକ୍ଷୀ l


 କାନ୍ଦୁଥିବା କେବେ ସେ ପାରେ ହସାଇ 

 ସ୍ମୃତିର ତରଣୀରେ ବସାଇ ପୁଣି କେବେ ଦିଏ କନ୍ଦାଇ l


ପୁଅ,ଝିଅ ,ବାପା ,ମା ଆଉ କେତେ ପିତୃପୁରୁଷ

ସାଇ ପଡ଼ିଶା ଠୁଁ ନେଇ ଥାଆନ୍ତି ବନ୍ଧୁ ପରିଷଦ l


କଳାଧଳା ଯୁଗଠୁଁ ନେଇ ଆଧୁନିକ ରଙ୍ଗୀନଯୁଗ ଯାଏ

ସମସ୍ତଙ୍କୁ ନେଇ ସାଜିଛି ଅନେକ ଫୁଲର ମାଳଟିଏ।



Rate this content
Log in

Similar oriya poem from Abstract