STORYMIRROR

Suchismita Rout

Abstract Tragedy

3  

Suchismita Rout

Abstract Tragedy

ସନ୍ତାନ

ସନ୍ତାନ

1 min
137

ନାରୀ ଜୀବନକୁ ସିଏ ସାର୍ଥକ କରାଏ

ମାଆ ବୋଲି ଯେବେ ଡାକ ପକାଏ।


ଦଶ ମାସ ସହେ ନିଜ ଶରୀରେ ଭାର

ଗରଭ ଯନ୍ତ୍ରଣା ପାଇଁ ନଥାଏ ଡର।


କୁଆଁ କୁଆଁ ରାବ ଯେବେ କର୍ଣ୍ଣକୁ ଶୁଭେ

ନାରୀ ରୂପେ ଜନନୀ ବୋଲି ଆଶ୍ୱସ୍ତି ଲଭେ।


ସ୍ତନ ଚିରି ଯେବେ ଅମୃତ ଝରାଏ

ବୁକୁରେ ଜାବୁଡ଼ି ଧରି ପାନ କରାଏ।


ପୁତ୍ର - କନ୍ୟା, ରୂପରେ ଥାଉ ଯେତେ ଅନ୍ତର

ସାରା ଜଗତେ ସନ୍ତାନ ଅଟେ ନାମ ତାହାର।


ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସ୍ୱରୂପ

ମାଆ ଆଖିରେ ସନ୍ତାନ ଅଟେ ଅଭିରୂପ।


ଯୁଗଯୁଗ ଧରି ରହି ଆସିଛି କଥା

ମାତା ସନ୍ତାନ ସମ୍ପର୍କ ନୁହେଁ ଅନ୍ୟଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract