STORYMIRROR

Suchismita Rout

Drama Romance

3  

Suchismita Rout

Drama Romance

ମୁଁ କ'ଣ ଆଉ ଫେରି ପାଇବି

ମୁଁ କ'ଣ ଆଉ ଫେରି ପାଇବି

1 min
119

ହୃଦୟର ଶୂନ୍ୟତା ଦେଖି ମୁରୁକି ହସି

କେତେ ଯେ ରଜନୀ ଆସେ ଆଉ ଯାଏ

କିନ୍ତୁ ହୃଦୟର ଖାଲି ସ୍ଥାନ କୁ ଭରି

ତନୁ ଆଉ ମନରେ ଛାପ ଛାଡ଼ିବାକୁ ସକ୍ଷମ

ସେମିତି ଏକ ରଜନୀ

ଆସିଥିଲା ବହୁଦିନ ପରେ।


ହଁ,ଆସିଲା ବେଳକୁ ସେ  

ମୁଁ ଥିଲି ସତେ ଝାଉଁଳି ପଡ଼ିଥିବା ପୁଷ୍ପଟିଏ

ଆଗମନ ତାର ହଠାତ୍ ସିଞ୍ଚିଦେଇଥିଲା

ପ୍ରେମର ପରଶ ଭରା ଜଳବିନ୍ଦୁ

ଜୀଇଁ ଉଠିଥିଲି ମୁଁ,ପୁନଶ୍ଚ ପ୍ରସ୍ଫୁଟିତ l


ମନଲୋଭା ରୂପ ମୋ ଦେଖି

ଅସମ୍ଭାଳ ଚିତ୍ତ ତାର ଚୁମିଯାଇଥିଲା 

ମୋର ମଥାକୁ ଅତି ସରାଗରେ

ଆଃ,କି ଅପୂର୍ବ ଅନୁଭୂତି ସିଏ

ଆନ୍ଦୋଳିତ ହୋଇ ଉଠିଲା ପୂର୍ଣ୍ଣାଙ୍ଗ ଶରୀର l


ଜାଣ ହୃତସ୍ପନ୍ଦନ କେଉଁ ଦୌଡ ପ୍ରତିଯୋଗିତା ପାଇଁ ଉଦ୍ୟତ

ଉଷୁମ ହାତର କୋମଳ ସ୍ପର୍ଶ ଯେବେ 

ମଥାକୁ ମୋର ସାଉଁଳେଇ ସାଉଁଳେଇ 

ନେଇଯାଇଥିଲା ନିଦ୍ରାର ପରି ରାଇଜକୁ l


ଶାନ୍ତିର ସୁନିଦ୍ରା ମୋର ନୟନ ଯୁଗୋଳକୁ 

ଏମିତି ଘେରି ରହିଲା ଯେ

ପ୍ରଭାତର ପହିଲି ଛୁଆଁରେ ତାକୁ

ହଜେଇଦେଲି ମୁଁ

ଆଉ କଣ ସେ ଫେରିବ

ମୁଁ କଣ ଫେରି ପାଇବି ସେମିତି ଏକ ରଜନୀକୁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama