STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

କୃଷ୍ଣ ଚରିତ ହିଁ ଗୋପୀଭାଷା

କୃଷ୍ଣ ଚରିତ ହିଁ ଗୋପୀଭାଷା

1 min
366


କାବ୍ୟ କବିତା ଓ ଲୋକକଥା

କୃଷ୍ଣ ପ୍ରେମ ଧାରେ କେତେ ଗାଥା

ଗୋପ ରାସ ରସ ଲୀଳା ଧାରେ

କବିର ଚାତୁରୀ ବି ସହଜରେ

ନାନା କବି ନାନା ପ୍ରକାରରେ 

କୃଷ୍ଣଙ୍କର ଲୀଳା ବର୍ଣ୍ଣିବାରେ 

ମନ ଗଢ଼ା ଓ ଅତି ରଞ୍ଜିତ

ଆଦୌ ନୁହେଁ ବି ଶାସ୍ତ୍ର ସଙ୍ଗତ

ଗୋପୀଭାଷା ନାମେ ଏକ କାବ୍ୟ 

ଦନାଇ ଦାସଙ୍କ ମନୋଭାବ

ଗୋପୀ ମାନଙ୍କର ହୃଦ ଭାଷା 

ନାମ ଯଥା ରୂପେ ଗୋପୀଭାଷା

କୃଷ୍ଣ ଚରିତ୍ରକୁ କାମୁକତା 

ଗୋପୀ ମୁଖେ ପୁଣି ଖୋଲା କଥା


ଧନୁଯାତ୍ରା ହେଲା ମଥୁରାରେ

ଅକ୍ରୁର ଆସିଲା ଗୋପ ପୁରେ

କୃଷ୍ଣ ବଳରାମ ଧରି ସାଥେ

ମଥୁରାକୁ ଚାଲିଲେ ତ୍ୱରିତେ

ଫେରି ଆସିବାର ପ୍ରତିଶ୍ରୁତି

ରହିଲା ଅପୁରଣ ସମ୍ପ୍ରତ୍ତି

କୃଷ୍ଣ ବିନା ଗୋପରେ ଶୂନ୍ୟତା

ପ୍ରେମ ଭାବ ସ୍ରୋତରେ ଶୁଷ୍କତା 

କୃଷ୍ଣମୟ ଥିଲା ଗୋପପୁର

କୃଷ୍ଣ ବିନା ହୃଦେ ହାହାକାର 

ପରସ୍ପର ପ୍ରତି ନିଜ ଅନୁଭୂତି

ବଖାଣି କହନ୍ତି ସେଇ ସ୍ମୃତି


ପଛ କଥା ଭାବି ଦୁଃଖୀ ମନ 

ଅତୀତ ଜାଣେନି ବର୍ତ୍ତମାନ

କୃଷ୍ଣ କଣ ପୁଣି ଆସିବେକି !?

ଅଯଥା ଆଉ ଚିନ୍ତା କାହିଁକି?

ପେଟର ବ୍ୟଥା ପିଠି ଜାଣେନି

ଦୃଶ୍ୟ ବିନା ଜାଣି ପାରେନି

ଗୋପ ପ୍ରତି ପିଠି କରି କୃଷ୍ଣ 

କାହୁଁ ଜାଣିବେ କେତେ ଯେ କଷ୍ଟ


କୃଷ୍ଣ ଚରିତ ହିଁ ଗୋପୀଭାଷା 

କୃଷ୍ଣ ଚରିତ୍ରକୁ ଲୋକହସା

ପରଂବ୍ରହ୍ମ ପରମ ପୁରୁଷ 

କେଳି ଓ ରତି କାବ୍ୟ ସାରାଂଶ 

ଗୋପ କୃଷ୍ଣ ରାଧା ପ୍ରେମ କଥା

ରାସ ରସ ନାମେ କେତେ ଗାଥା

କାମିନୀ ରସିଆ ଭିନ୍ନ କଥା

ପ୍ରତି ଗୋପୀ ଜାଣେ କୃଷ୍ଣ ଗାଥା

କୃଷ୍ଣ ନାମେ କିମ୍ପା ଅପଭ୍ରଂଶ 

କୃଷ୍ଣ ପରା ପ୍ରେମିକ ପୁରୁଷ ,!?


 









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract