STORYMIRROR

Pratima Satpathy

Abstract

4  

Pratima Satpathy

Abstract

ପରିବେଶ ଶତ୍ରୁ ପଲିଥିନ୍

ପରିବେଶ ଶତ୍ରୁ ପଲିଥିନ୍

1 min
14

ପ୍ରତିମା ଶତପଥି,,, ଜିଲ୍ଲା,,,, ଯାଜପୁର ।

କବିତା ଶୀର୍ଷକ, ପରିବେଶ ଶତ୍ରୁ ପଲିଥିନ୍।

ପଲିଥିନ୍ ବ୍ୟାଗ ଅଟଇ ହାଲୁକା 

     ସବୁଠାରେ ମିଳିଥାଏ 

ସେହି ପଲିଥିନ୍ ପରିବେଶ ଆମ 

    ନଷ୍ଟ କରି ଦେଇଥାଏ।

ପଲିଥିନ୍ ରେ ଖାଇବା ପଦାର୍ଥ ଟି 

     କେବେହେଲେ ଖାଇବନି 

ସେଥିରେ ଖାଇଲେ ଅସାଧ୍ୟ ରୋଗ ଯେ 

      ତୁମ ପିଛା ଛାଡ଼ିବନି।

ପଲିଥିନ୍ ଟିକୁ ବ୍ଯବହାର କରି 

    ଅଳିଆ କୁଣ୍ଡେ ରଖିବ  

 ରାସ୍ତାକଡ, ନଦୀ, ନାଳର ପାଣିରେ 

    କେବେବି ନ ପକାଇବ।

ପଲିଥିନ୍ ଅଟେ ଏପରି ଜିନିଷ 

     ମାଟିରେ ଯଦି ପୋତିବ 

ହଜାରେ ବରଷ ପରେ ମଧ୍ଯ ସିଏ 

     ସେହିପରି ରହିଥିବ।

ପଲିଥିନ୍ ବ୍ୟବହାର ସରକାର 

     ନିଷେଧ କରାଇ ଥିଲେ 

ବ୍ୟବହାର କରିଲେ ଫାଇନ୍ ଦେବ 

      ଘୋଷଣା ଯେ କରି ଥିଲେ।

କିଛିଦିନ ଲୋକେ ପଲିଥିନ ଛାଡ଼ି 

    କପଡା ବ୍ୟାଗ ଧରିଲେ 

ଘୋଷଣା ରହିଲା କାଗଜ କଲମେ

    ଲୋକେ ବ୍ୟବହାର କଲେ।

ସବୁ ଲୋକ ମାନେ ଯଦି ପଲିଥିନ୍ 

    ବ୍ୟବହାର ଛାଡ଼ିଦେବେ 

ପରିବେଶ ଆମ ରହିବ ନିର୍ମଳ 

     ରୋଗ ଭୋଗିବାନି କେବେ।

ସବୁଠାରୁ ଶ୍ରେଷ୍ଠ ଅଟଇ ମନୁଷ୍ୟ 

   ନିଜ ପରିବେଶ ପାଇଁ 

ସଚେତନ ରହି ପଲିଥିନ୍ ଟିକୁ 

    ଜିବନୁ ଦିଅ ହଟାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract