STORYMIRROR

Madhabi Patel

Abstract

4  

Madhabi Patel

Abstract

ପାହାଡ଼

ପାହାଡ଼

1 min
258


ହେ ପାହାଡ

ଉତ୍ତୁଙ୍ଗ ଶିଖରୀ ତୁମେ

ନଭଶ୍ଚୁମ୍ବୀ ଗଗନକୁ ଛୁଅଁ।

ଝଡ ବର୍ଷାର ପ୍ରକୋପକୁ

ସ୍ଥିର ଚିତ୍ତେ ସବୁ ସହିଯାଅ।

ଅସୀମ ଧୈର୍ଯ୍ୟ ତୁମର

ଋଷିସମ ତୁମେ ନିର୍ବିକାର।

ମଣିଷରୁ ପ୍ରାଣୀ ବୃକ୍ଷଲତା

ବୋଝବୋହି ରହିଥାଅ ସ୍ଥିର।

ପ୍ରକୃତିର ମହତ ସୃଜନ

ପରପାଇଁ ତୁମର ଜନମ।

ଯୁଗଯୁଗ ବଞ୍ଚିରୁହ ତୁମେ

କ୍ଷୟଶୀଳ ପ୍ରାଣୀର ଜନମ।

ହିମବାହ ଅଗ୍ନ୍ୟୁତ୍ପାତ କଷ୍ଟ

ସହିଯାଅ ତୁମେ ମେରୁଶ୍ରେଷ୍ଠ।

ଉପୁଯାଇ କେତେ ମହୌଷଧୀ

ଜଗତକୁ କରୁଥାଅ ପୁଷ୍ଟ।

ଜଳବାୟୁ ପାଇ ତୁମ ଘାତ

 କରିଥାଏ ସିନା ବୃଷ୍ଟିପାତ।

ଅଲଂଘ୍ୟ ତୁମେ ବୋଲି ସିନା

ଶତ୍ରୁ ଆକ୍ରମଣେ ପରାହତ।

ଶାନ୍ତ ନିର୍ଜନ ତପୋଧନ

ତଷାର ବୃତ ଅଙ୍ଗମାନ।

ତୁମକୋଳେ କରନ୍ତି ବସତି

ଶିବଶମ୍ଭୁ ସ୍ବୟଂ ତ୍ରିଲୋଚନ।

ହେ ଗିରିବର

ଦିନେ କୃଷ୍ଣ କାଣି ଅଙ୍ଗୁଷ୍ଠିରେ

ଉଠାଇଲେ ତୁମ କଳେବର।

ତୁମ ଆଶ୍ରୟର ଛତ୍ରଛାୟାତଳେ

ନିଶ୍ଚିନ୍ତ ଥିଲା ସାରା ଗୋପପୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract