STORYMIRROR

Madhabi Patel

Inspirational

3  

Madhabi Patel

Inspirational

ବର୍ଷାର ଲୁହ

ବର୍ଷାର ଲୁହ

1 min
216

ବର୍ଷାଗୋ କହ କେଉଁ ଦୁଃଖ ତୁମ

କାହିଁକି ଢାଳୁଛ ଏତେ ଲୁହ।

ବିଜୁଳି ସ୍ଫୁଲିଙ୍ଗ ଝଟକେ ଆଖିରୁ

ତରଳି ଆସଇ ଛାତି କୋହ।


କିଏ କି ତୁମକୁ ଅପମାନ ଦେଲା 

ଆପେକ୍ଷୀ କହିଲା କଡାକରି।

ହୃଦୟ ତୁମର କୋହରେ ଫାଟଇ

ବାଦଲରୁ ଲୁହ ଆସେ ଝରି।


ଇନ୍ଦ୍ରଧନୁର ସପ୍ତରଙ୍ଗ ପ୍ରଭା 

ପାରୁନି ତୁମକୁ ଶାନ୍ତ କରି।

ରାଗ ଯେତେବେଳେ ଶୀର୍ଷ ଚଢେ ତୁମ

ଫୁଟାଇ ଦିଅ ଗୋ ଘଡଘଡି।


ବର୍ଷାଗୋ ତୁମେ କାହିଁକି ଏମିତି 

ଅଶ୍ରୁଧାର ହୋଇ ଝରିଆଅ ।

ତୁମର ଶୀତଳ ପରଶ ପାଇଲେ

ଉଲ୍ଲସିତ ହୁଏ ଧରା ଦେହ।


ଗର୍ଭର ବୀଜ ତା ଅଙ୍କୁରିତ ହୁଏ

ସବୁଜିମା ଛାଏ ଚତୁର୍ଦିଗେ ।

ବର୍ଷାଗୋ ତୁମ ଲୋତକ ବନ୍ୟାରେ

ତୃଷିତ ପୃଥିବୀ କଷ୍ଟ ଭାଗେ।


ବର୍ଷା ଗୋ ତୁମେ ପ୍ରେମର ସଂକେତ

ହଜିଲା ସ୍ମୃତିକୁ ଉସୁକାଅ।

ନୀରବ ବେଦନା ଉଘାରି ପକାଅ

ଆନମନା କେବେ କରିଯାଅ।


ବର୍ଷା ଗୋ ତୁମକୁ ରହିଲା ମୋ ରାଣ

କାନ୍ଦ ନାହିଁ ହୋଇଯାଅ ତୁନି।

ଭଙ୍ଗା ମନଯାକ ଯୋଡି ହେଉ ପୁଣି

ପ୍ରେମର ମହ୍ଲାର ଦିଅ ବୁଣି।


ବର୍ଷା ଗୋ କହ କେଉଁ ଦୁଃଖ ତୁମ

କାହଁକି ଢାଳୁଛ ଏତେ ଲୁହ।

ବିଜୁଳି ସ୍ଫୁଲିଙ୍ଗ ଝଟକେ ଆଖିରୁ

ତରଳି ଆସଇ ଛାତି କୋହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational