STORYMIRROR

Madhabi Patel

Inspirational

3  

Madhabi Patel

Inspirational

ମନକୁ ମନାଇ ସାରିଛି

ମନକୁ ମନାଇ ସାରିଛି

1 min
204

କବି ବାମନ ଚନ୍ଦ୍ର ଦୀକ୍ଷିତଙ୍କ କବିତା ଜୀବନ ତଥାପିର ଛାୟାରେ ଲିଖିତ ଏ କବିତା ।


ଜୀବନକୁ ଥରେ ଚିହ୍ନି ଗଲାପରେ

ସୁଖ ସମ୍ପଦର ମୋହ ସରିଛି।

ସଂପର୍କର ଡୋର ଛିଣ୍ଡି ଗଲାପରେ

ମୁଁ ତ ମନକୁ ମନେଇ ନେଇଛି।

ଉଠାଇବନି କେହି ମୁଁ ଶୋଇଛି

ପାଉଁଶତଳେ ଦିକି ଦିକି ଜଳୁଛି।

ପଛଘୁଞ୍ଛା ନୀତି ମତେ ଜଣାନାହିଁ

ମୁଁଯେ ବଞ୍ଚିବା ସଂଘର୍ଷ ଜାଣିଛି।

ମୁଁଯେ ଅଲୋଡା ପୁରୁଣା କଲମଟେ

କାଳି ଟୋପେ ପିଇବାକୁ ଚାହୁଁଛି।

କାଳି ଦୁଆତ ଏବେତ ଦିଶୁ ନାହିଁ

ମୁଁତ ମୁହଁଢାଙ୍କି ଖାଲି ଚାହିଁଛି।

ଲୁହ ଝରି ଝରି ଶୁଖି ସାରିଛି

କୋହ ଥମିଲାଣି ମନ ଝୁରୁଛି।

ଶୁଖିଲା ଘାଆର ବକଳା ତଳୁ

ରକ୍ତ ହୋଇ ଜମି ମୁଁ ଦେଖୁଛି।

ଜୀବନ ପଥେ କେତେ ପ୍ରତାରଣା

ଆଶ୍ବାସନା ବଦଳରେ ପ୍ରବଞ୍ଚନା।

ବିଶ୍ବାସରେ ବିଷ ଦେବା ଦେଖିଛି

ଆକ୍ଷେପରେ କ୍ଷତାକ୍ତ ମୁଁ ହୋଇଛି।

ଭରା ଗିଲାସ ଟିଏ ମୁଁ ଛୁଅ ନାହିଁ

ବିଶ୍ବାସ ହଲି ଯିବ ପାଣି ହୋଇ।

ବଡ ଡର ଲାଗେ ଆଜି ସଂପର୍କକୁ

ଡର ଲାଗେ କିଛି କଥା କହିବାକୁ।

ଏଠି କ୍ଷଣକେ ନିଜର ପର ହୁଏ

ପଦେ କଥାରେ ଭାଙ୍ଗିବା ଦେଖିଛି।

ଯେତେ ରାଗରୁଷା ଯେତେ ଅଭିମାନ

ସବୁକୁ ମୁଁ ଘୋଡେଇ ରଖିଛି।

ଏବେ ବେଦନା ହେଲାଣି ଦେହସୁହା

ସୁଖ ସଂପଦର ମୋହ ପାଣିଚିଆ।

ଫେରି ଚାହଁବିନି ଆଉ ପଛଆଡେ

ମୁଁତ ମୁହଁ ମୋଡି ନେଇ ସାରିଛି।

ମୁଁ ତ ମନକୁ ମନେଇ ସାରିଛି।

ସୁଖ ସମ୍ପଦର ମୋହ ସରିଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational