STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଖରା ତରା

ଖରା ତରା

1 min
147


ସକାଳୁଆ ଖରା ଏତେ ଟାଣ ବୋଲି

ଜାଣି ତ ନଥିଲି।

ସମୟ ବି ଏମିତି ବଦଳେ ବୋଲି

ଭାବିତ ନ ଥିଲି।

କଅଁଳ ଖରାରେ ସିନା ଭିଟାମିନ ଥାଏ

ଏ ଟାଣ ଖରାତ ପ୍ରାଣ ଶୋଷି ନେଇଯାଏ।

ନିଦାଘରେ ଅଠାଅଠା ତଣ୍ଟିଯାଏ ଶୁଖି।

ଆରାମକୁ ଛାୟାଖୋଜେ ଜଳ ଖୋଜେ ଆଖି।

ଚାଲିବାକୁ ହେବ ସହି ଜ୍ବଳନର କଷ୍ଟ

ଅପଚୟ କରିବିନି ସମୟର ନଷ୍ଟ।

ଦଦରା କବାଟ ଫାଙ୍କୁ ଚାହିଁଥିବ ଆଖି

ଅପେକ୍ଷାରେ ଥିବ ସିଏ ମତେ ଥିବ ଟାକି।

ଖରାତରା ଡରାଅନି ମତେ ଆଉ ତୁହି।

ମୁଁ ଚାଲିବି ଚାଲୁଥିବି ଡରିଯିବି ନାହିଁ।

ନ ମିଳିଲେ ଛାୟା ଅବା ପାଣି ଦୁଃଖ ନାହିଁ।

ସଞ୍ଜ ହେଉ ପହଞ୍ଚିବି କିଛି ସୁଖ ନେଇ।

କଣିଚାଏ ଖୁସି ହେବ ମତେ ଦେଖିଦେଲେ।

ସେତୁଆ ଆଖିରେ ତାର ଚମକିବି ମୁହିଁ।

ସେହି ଚମକ ଟିକକ ମୋହର ସମ୍ବଳ।

ତାହାପାଇଁ ଫେରିବି ମୁଁ ଯେତିକି ଚଞ୍ଚଳ।


ବାମନ ଚନ୍ଦ୍ର ଦୀକ୍ଷିତଙ୍କ କବିତା ଖରାତରାର ଛାୟାରେଏ କବିତା ଲେଖା ହୋଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational