STORYMIRROR

Madhabi Patel

Inspirational

3  

Madhabi Patel

Inspirational

ବର୍ଷା

ବର୍ଷା

1 min
215


ବର୍ଷା ଗୋ ତୁମେ ଝରଝର ହୋଇ

ବର୍ଷନା ଗୋ ଆଉ ବର୍ଷନା ।

ଆଖିରୁ ମୋହର ଝରୁଥିବା ମୋତି

ଆଉ ତୁମେ ଧୋଇ ଦିଅନା।

ଜହ୍ନର ଜ୍ୟୋତ୍ସ୍ନା ଲୋଡା ନାହିଁ ଏବେ

ଜହ୍ନଗୋ ତୁମେ ଲୁଚିଯାଅ।

ତାରକଷି ତୁମ ରୂପେଲି ଚାନ୍ଦୁଆ

ମୋ ଉପରୁ ତୁମେ କାଢିନିଅ।

ତନ୍ଦ୍ରା ଗୋ ମୋର ଲୋଡା ନାହିଁ ଆଉ

ଅତନ୍ଦ୍ର ରଜନୀ ପାହିଯାଉ।

ଆଖିର ସପନ କାଢିନେଲ ଯେବେ

କି ଲାଭ ପାଇବି ଶୋଇ ଆଉ।

ଲୋଡା ନାହିଁ କିଛି ଜୀବନରେ ଆଉ

ସପନ ମହଲ ନେଇଯାଅ।

ମୃତ୍ୟୁଗୋ କେବଳ ତୁମେ ହିଁ ଆଶ୍ରୟ

ଶୀତଳ ପରଶେ ଛୁଇଁଯାଅ।



କବି ବିଜୟ ପୃଷ୍ଟିଙ୍କ କବିତା ବର୍ଷାର ଛାୟାରେ ଲିଖିତ ଏ କବିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational