STORYMIRROR

Madhabi Patel

Children

4  

Madhabi Patel

Children

ଅଗଷ୍ଟ ପନ୍ଦର ୨୦୨୨

ଅଗଷ୍ଟ ପନ୍ଦର ୨୦୨୨

1 min
332


ପଞ୍ଚସ୍ତରି ବର୍ଷ ସ୍ବାଧୀନତା ଦିବସ

ଆସିଛି ଆଜିର ଦିନ

ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରେ

ନିର୍ଜାତିତ ସେଇ ଦିନ।


ପରାଧୀନତାର ଶୃଙ୍ଖଳରେ ବନ୍ଧା

ଥିଲା ମୋ ଭାରତବର୍ଷ

ଫିରିଙ୍ଗି ଅତ୍ୟାଚାରେ ଅତିଷ୍ଟ ସର୍ବେ

ନଥିଲା କା ମନେ ହର୍ଷ।


ସ୍ବଦେଶ ଜିନିଷ ଥାଉ ଥାଉ ପାଖେ

କିଣୁଥିଲେ ପରଦେଶୀ

ନହେଲେ କଠିନ ଯାତନା ଦିଅନ୍ତି

ଫିରିଙ୍ଗି ସେଇ ବିଦେଶୀ।


କାନ୍ଦୁଥିଲା ମାଆ,କାନ୍ଦେ ତାର ଛୁଆ

ଅସହ୍ୟ ଥିଲା ଯାତନା

ନେତାମାନେ ମିଶି ସଂଘର୍ଷ ରଚିଲେ

ଉଡାଇ ବିପ୍ଲବ ବାନା।


କେତେ ବୀର ଆମ ଆତ୍ମବଳୀ ଦେଲେ

ଫାସୀଖୁଣ୍ଟେ ଗଲେ ଝୁଲି

ଜେଲ ଦଣ୍ଡ ସହିଲେ ଲାଠି ବି ଖାଇଲେ

ରକ୍ତ ରଞ୍ଜିତ କରି ଧୂଳି।


ଭଗତ ସିଂହ ଓ ଜୟୀ ରାଜଗୁରୁ

ସୁଭାଷବୋଷ ଓ ସର୍ଦାର ପଟେଲ

ଲାଲ୍,ବାଲ୍,ପାଲ, ସଭରକର ପୁଣି

ଲକ୍ଷ୍ମୀବାଈଙ୍କର ଦଳ।


ସୁରେନ୍ଦ୍ରସାଏ ସଙ୍ଗେ କରୁଣାକର

ସାଙ୍ଗରେ ମିଟୁ କୁଅଁର

ବାଜି ରାଉତ ଆଉ ବିର୍ସାମୁଣ୍ଡା ପରି

ଶିଶୁ କାଟିଦେଲେ ଶିର।


ଅହିଂସା ପଥରେ ମୋହନ ଚାଲିଲେ

ସତ୍ୟାଗ୍ରହ ରାସ୍ତା ପଥେ

ଲବଣ ସତ୍ୟାଗ୍ରହ ଦାଣ୍ଡିମାର୍ଚ୍ଚ କରି

ଲଢୁଥିଲେ ଅବିରତେ।


ବର୍ଷ ବର୍ଷ ତାଙ୍କ ସଂଗ୍ରାମର ଅନ୍ତେ

ଭାରତ ହେଲା ସ୍ବାଧୀନ

ଉଣେଇଶହ ସତଚାଳିଶ ମସିହା

ଅଗଷ୍ଟ ପନ୍ଦର ଦିନ।


ସେହି ଶୁଭଦିନ ଆସିଛିରେ ଆଜି

କରିବା ଆସ ପାଳନ

ଜାତୀୟ ପତାକା ଉଡାଇବା ଆସ

ଗାଇ ଜନ ଗଣ ମନ।


ଏକତାର ମନ୍ତ୍ରେ ସର୍ବେ ବାନ୍ଧିହେବା

ନକରି ଭେଦ ବିଚାର

ଦେଶର ବିକାଶ ଆମ ଲକ୍ଷ୍ୟ ହେବ

କରିବା ରକ୍ଷା ତାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children