ଟଙ୍କା
ଟଙ୍କା


ବଦଳ ପ୍ରଥା ଟି ପୁରାତନ ଯୁଗେ
ଥିଲା କିଣା ବିକା ପାଇଁ,
ଗୋଟିଏ ଜିନିଷ କିଣିବା ବଦଳେ
ଆନ ଜିନିଷକୁ ଦେଇ ।
କଉଡ଼ି ଟିପୁଣି କିଣାବିକା ପାଇଁ
ମାଧ୍ୟମପରେ ହୋଇଲା,
କଉଡ଼ି ପ୍ରଦାନେ ଆବଶ୍ୟକ ଦ୍ରବ୍ୟ
ଵିଧି ମତେ କିଣୁଥିଲା ।
ଏବେ ଟଙ୍କା ଅଟେ କିଣାବିକା ପାଇଁ
ପ୍ରଚଳିତସେ ମାଧ୍ୟମ,
ଟଙ୍କା ଟି ନଥିଲେଚଳିବା ଏଯୁଗେ
ନୁହଁଇ ପରା ସୁଗମ ।
ଟଙ୍କା ଯାର ଅଛି ଧନୀ ବ୍ୟକ୍ତି ସେଇ
ସମସ୍ତଙ୍କୁ କରେ ବଶ,
ଟଙ୍କା ବିହୁନରେ ଗରିବ ଲୋକଟି
ଖଟୁଥାଏ ମାସ ବର୍ଷ ।
ଟଙ୍କା ଅଧିକରେ ବିତ୍ତ ଶାଳୀ ବୋଲି
ତାହାକୁ ଯେ ଧରାଯାଏ,
ଦେଶ ରାଜ୍ୟଅବା ବ୍ୟକ୍ତି ହେଉ ସିଏ
ତା ପାଦେ ଜଗତ ନୁଏଁ ।
ଟଙ୍କା ଟି ନଥିଲେ ସଭିଙ୍କ ଆଖିରେ
ହତାଦର ହୋଇଥାନ୍ତି,
ଦୁଃଖରେ ତାହାର ଦିନ କଟିଥାଏ
ଟଙ୍କା କୁ ସେ ଝୁରୁଥାନ୍ତି ।
ଖଟି ଖଟି ଲୋକ ଦିନ କୁ ବିତାଏ
ଟଙ୍କା ଟିଏ ପାଇବାକୁ,
ବର୍ଷା ଖରା ଶୀତ କାକର କୁ ସହେ
ଉପାର୍ଜନ କରିବାକୁ ।
ଟଙ୍କା ର ମୂଲ୍ୟକୁ ବୁଝିଣ ସର୍ବଦା
ସଦୁପଯୋଗ ତା କରି,
ସଞ୍ଚୟ କିଛି ଟା କରି ରଖିଥିଲେ
ବିପଦେ ବଳ ସେ ଭାରି ।
ଭାରତ ରେ ଆମ ଟଙ୍କା କୁହାଯାଏ
ୟୁରୋ ନାମ ୟୁରୋପ ରେ,
ଇଂଲାଣ୍ଡ ରେ ଅଟେ ପାଉଣ୍ଡ ତାନାମ
ଦେଶ ଭିନେ ନାମ ଧରେ ।
ନିଶା ପଶା ଆଦି ଖରାପ କର୍ମରେ
ଟଙ୍କାକୁ ନଷ୍ଟ,ନକରି,
ଟଙ୍କା ର ମୂଲ୍ୟ କୁ ବୁଝିବା ଆମେରେ
ସତ କର୍ମକୁ ଆବୋରି ।