STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ନୂତନ ଆଶା

ନୂତନ ଆଶା

1 min
398


ମାନବ ଜୀବନ ଆଶା ନିରାଶାର 

ଅଟଇ ଯେ ସମାହାର,

କିଛି ପୂର୍ଣ୍ଣ ହୁଏ କିଛି ହୁଏନାହିଁ

ଭଙ୍ଗା ଗଢ଼ା ଏ ସଂସାର l

ଆଶା ବୈତରଣୀ ଶେଷ ସେ ହୁଏନି

ମନ ରେ ଉତ୍ସାହ ଜାଗେ,

ମନ ଧାଉଁ ଥାଏ ପଛେ ପଛେ ତାର

ଆଶା ଗତି କରେ ଆଗେ l

ନୂଆ ଆଶା ନେଇ ମଣିଷ ବଞ୍ଚଇ

କର୍ମ ପରାୟଣ ହୁଏ,

ମନରେ ବାନ୍ଧି ସାହସର ସେତୁ

ଜୀବନେ ଆଗେଇ ଯାଏ l

ଆଖି କୋଣୁ ଆମ ଝରୁଥିବା ଲୁହ

ନୂଆ ଆଶା ଦିଏ ପୋଛି,

ପଥକୁ ଦେଖାଏ ବାଟବି କଢାଏ

ନୂଆ ପଥ ନେଉ ବାଛି l

ନବ ନବ ଆଶା ଦେଖାଏଯେ ଦିଶା

ପଡି ଉଠି ଯାଉ ଧାଇଁ 

ମନ ହୁଏ ଦୃଢ଼ ଗଢିବାକୁ ଗଡ଼

ସଂକଳ୍ପ ମନରେ ନେଇ l

ଉଦିତ ସୂର୍ଯ୍ୟଙ୍କ ପରାଏ ଅଟଇ

ନୂଆ ନୂଆ ଆଶାମାନ,

କରେ ଦୀପ୍ତି ମନ୍ତ ଜୀବନକୁଆମ 

ପ୍ରେରଣାର ଉତ୍ସ ମାନ ll

ପ୍ରଭୁଙ୍କ ଆଶିଷ ଅଟେ ନୂଆ ଆଶା

ପ୍ରଭୁଙ୍କର ଦାନ ସେହି,

ଆଗେଇ ଚାଲିବା ଆମେ ସେ ପଥରେ

ମନରେ ବିଶ୍ୱାସ ବହି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational