ଘୃଣା
ଘୃଣା
ଘୃଣାଟି ଗୋଟିଏ ମନର ବିକାର
ନୀଚ ମନା ଲୋକ ଗୁଣ
ସଭିଙ୍କୁ ସମାନ ଦୃଷ୍ଟିରେ ଯେ ଦେଖେ
ସେ ଅଟେ ଦେଵ ସମାନ l
ଘୃଣା ବିରହିତ ଜୀବନ ଯାହାର
ସାଧୁ ଲୋକେ ସିଏ ଗଣା,
ମହତ ପଣ ରେ ବିଭୁଷିତ ସିଏ
ଆଚାର ବିଚାରୁ ଜଣା l
ମାନବେ ଜୀବନେ ସଭିଏଁ ସମାନ
ଘୃଣିତ କେହିବି ନୁହେଁ,
ରୂପ ଦେଖି ଘୃଣା କରନାହିଁ କେବେ
ଈଶ୍ୱର ଙ୍କ ସୃଷ୍ଟି ସିଏ l
ରୋଗୀଙ୍କୁ କେବେବି ଘୃଣା କରନାହିଁ
ରୋଗ ଟି ହୋଇଛି ବୋଲି,
କାହାକୁ ବି ରୋଗ ହୋଇଯାଇପାରେ
ଆଜି ନହେଲେବି କାଲି l
ଘୃଣିତ କରମ କରେ ଯଦି କେହି
ନିଜର ଜୀବନକାଳେ,
ଘୃଣାର ପାତ୍ର ଭାବେ ସେ ଗଣିତ
ହୋଇଥାଏ କାଳେ କାଳେ l
ଜନ୍ମରୁତ କେହି ଖରାପ ନଥାଏ
ନଥାଏ ଶତ୍ରୁବା ମିତ୍ର,
ଅବସ୍ଥା ଚକ୍ର ରେ ପଡିଲେ ମାନବ
ବଦଳେ ଜୀବନ ଚିତ୍ର l
ପାପ କୁ ପଛକେ ଘୃଣା କରୁଥାଅ
ପାପୀ କୁ ନକର ଘୃଣା,
ସ୍ନେହ ଓ ପ୍ରେମରେ ବୁଝାଇଲେ ଧୀରେ
ବଦଳେ ଚରିତ୍ର ସିନା l
ଶତ୍ରୁ ଟିଏ ମିତ୍ର ହୋଇଯାଏ ଦିନେ
ବଚନ ମିଷ୍ଟତା ବଳେ,
ଯେତେଦୁଷ୍ଟ ଯିଏ ହେଉନା କାହିଁକି
ସ୍ନେହ ରେ ଦିନେ ବଦଳେ l
ବନ୍ଧୁତା ପଣରେ ବୁଝାଇ ସ୍ନେହରେ
କରିଲେ ଟିକେ ଆଳାପ
ସୁଧୁରି ଯାଏ ଟି ଜୀବନ ତାଙ୍କର
ଧୋଇ ଯାଇ ସବୁ ପାପ ll