Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅପେକ୍ଷା

ଅପେକ୍ଷା

1 min
7



ଜୀବନର ସବୁ କ୍ଷେତ୍ରରେ ଆମର

ଅପେକ୍ଷା ରୁହଇ କେତେ ,

କେବେ ସାଙ୍ଗ ସାଥି ଅବା କେଉଁ ଗାଡି

ଅପେକ୍ଷା ରେ ରହୁ ପଥେ l

ପ୍ରତି ପରୀକ୍ଷାର୍ଥୀ କରନ୍ତି ଅପେକ୍ଷା

ପରୀକ୍ଷାର ଫଳ ପାଇଁ 

ସୁଫଳପ୍ରାପ୍ତିରେ ଖୁସିକୁ ମନାନ୍ତି 

ହାରିଲେ ହୃଦ ଭାଙ୍ଗଇ l

ଗରମ ଲୁହା କୁ ଆଘାତ ଯେସନେ 

ଆକୃତି ସେ ବଦଳାଏ,

ଅପେକ୍ଷା ନକରି ତରବର ହେଲେ 

ଶ୍ରମ ବୃଥା ହୋଇ ଥାଏ ll

ସମୟାନୁସାରେ ସବୁ ମିଳିଥାଏ

ଯେସନେ ପାଚିଲାଫଳ,

ଅପେକ୍ଷା ନକରି ଆଗରୁ ତୋଳିଲେ

କଞ୍ଚା ସେ ମିଳେ କେବଳ l

ମାଟି ତଳେ ମଞ୍ଜି ଅପେକ୍ଷା କରଇ

ଚାରା ଟିଏ ହେବା ପାଇଁ,

ଜଳ ବାୟୁ ଆଉ ଉତ୍ତାପ ପାଇଲେ

ଅଙ୍କୁରିତ ହୋଇଥାଇ l

ଅପେକ୍ଷା କରିବା ଧୈର୍ଯ୍ୟ ଆଜିକାଲି

କାହାର ପାଖରେ ନାହିଁ

ତରବର ହୋଇ କାମ କରୁଥାନ୍ତି

ବ୍ୟସ୍ତ ଓ ବିବ୍ରତ ହୋଇ l

ଧୈର୍ଯ୍ୟ ଧରି ସଦା ଅପେକ୍ଷା କରିବା

ଉଚିତ ଜୀବନେ ତଟେ,.

ଅନୁକୂଳ ଅବସର ଆସିଗଲେ  

ସୁଫଳ ମିଳଇ ହାତେ l

ଅପେକ୍ଷା ର ଫଳ ମିଠା ହୋଇଥାଏ

କହିଥାନ୍ତି ସୁଧୀ ଜନ,

ଭାବି ଚିନ୍ତି ସବୁ କାମ କରୁଥିଲେ

ଚିନ୍ତା ଯାଏ ଦୂରେ ଜାଣ ll

ସମୟ ତ କେବେ ଅପେକ୍ଷା କରେନା

ଗଡ଼ିଚାଲେ ଅବିରତ,

ଅନ୍ତ କାଳ ପାଇଁ ଅନନ୍ତ ପ୍ରତୀକ୍ଷା

ନହୁଅ ରେ ବିଚଳିତ l

ଆତ୍ମା ଦେହେ ରହି କରଇ ଅପେକ୍ଷା  

ପରମାତ୍ମା ସଙ୍ଗ ପାଇଁ,

ଅନ୍ତକାଳ ହେଲେ ସୁଯୋଗ ଆସଇ

ମିଶେ ସିଏ ନିଜେ ଯାଇ l



Rate this content
Log in

Similar oriya poem from Inspirational