ଅଳସ ଅପରାହ୍ଣ
ଅଳସ ଅପରାହ୍ଣ
ଦିବସର ଅନ୍ତେ ଆସେ ଅପରାହ୍ଣ
ସୂର୍ଯ୍ୟାଲୋକ ଯାଏ କମି,
ପ୍ରତିଚୀ ଗଗନେ ସୂର୍ଯ୍ୟ ଯାଉଥାନ୍ତି
ହୋଇ ଧୀରେ ନିମ୍ନ ଗାମୀ l
କୀଟ ଠୁଁ ମାନବ ସର୍ବେ ଘର ମୁହାଁ
ନିଜ ନିଜ କାମ ସାରି,
ସଙ୍ଗେ ଧରି କିଛି ଘର ପାଇଁ ଦ୍ରବ୍ୟ
ଆସୁଥାନ୍ତି ସର୍ବେ ଫେରି l
ବିହଙ୍ଗମ ଗଣ ନୀଡ଼େ ଲେଉଟନ୍ତି
ଚଞ୍ଚୁ ରେ ଆଧାର ନେଇ,
ନୀଡ଼ରେ ବସି ଶାବକ ମାନେ
ରହିଥିବେ ତାଙ୍କୁ ଚାହିଁ l
ଦିନକ ଯାକର କର୍ମ କ୍ଲାନ୍ତି ପରେ
ଆସେ ଯେବେ ଅପରାହ୍ଣ ,
ଅଳସ ଲାଗଇ ଶରୀର ଆମର
କାମରେ ଲାଗେନା ମନ l
ଜୀବନରେ ଯେବେ ଅପରାହ୍ଣ ଆସେ
ଶରୀର ରେ ଆସେ କ୍ଲାନ୍ତି,.
ମନ ଖୋଜୁଥାଏ ନିରୋଳା ମୁହୂର୍ତ୍ତ
ଲଭିବାକୁ ଟିକେ ଶାନ୍ତି l
ମଧ୍ୟାହ୍ନ ବୟସ କର୍ମ ଚଞ୍ଚଳତା
ଅପରା6ହ୍ଣ ରହେନାହିଁ,
ଶୀତଳ ହୁଅଇ ରକ୍ତ ଆଉ ମନ
ଆଳସ୍ୟ ଯେ ଭରିଥାଇ l
ଅପରାହ୍ଣ ଅଟେ ଘରକୁ ବାହୁଡା଼
ସବୁ ଜୀବଙ୍କର ପାଇଁ,
ପୁଣ୍ୟ ର ପୋଟଳି ଭରିବା ଆସରେ
ଫେରିବାର ବେଳ ଏହି l
ଆସିଅଛେ ଏହି ଧରା ପରେସର୍ବେ
ଅଢେଇ ଦିନର ପାଇଁ,
ସଂସାର ଟି ଅଟେ ରଙ୍ଗ ମଞ୍ଚ ଏକ
ତାକୁ ଭୁଲିଯିବା ନାହିଁ l
ଫେରିଯିବା ଦିନେ ଏହି ସଂସାର ରୁ
ସାରି ଆମ କର୍ମ ମାନ,
ଯାଏ ନାହିଁ କିଛି ଧନ ଜନ ସାଥେ
ଏକା ଯିବଥିଲେ ପୁଣ୍ୟ l
ପ୍ରଭୁଙ୍କର ନାମ ଶ୍ରବଣ କୀର୍ତ୍ତନ
କରିବାକୁ ଦିଅ ମନ
ବିଭୁଙ୍କ ପ୍ରେମରେ ହଜିବା ମଜ୍ଜିଵା
କରିବାରେ ଦାନ ଧ୍ୟାନ ll