STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଶୀତ ଆସେ ନଇଁ ନଇଁ

ଶୀତ ଆସେ ନଇଁ ନଇଁ

1 min
199


ଶୀତ ଆସେ ନଇଁ ନଇଁ 

ଉତ୍ତରା ପବନ ନେଇ

ଋତୁ ଚକ୍ର ଆବର୍ତ୍ତନେ ଆସେ ପାଳିବାକୁ ମହୀ,

ସକଳ ପ୍ରାଣୀ ଜଗତ

ଶୀତେ ହୋନ୍ତି ହନ୍ତସନ୍ତ 

ଦେହ ମୁଣ୍ଡ ଥରୁଥାଏ କାଲୁଆ ପବନ ଛୁଇଁ ll

ସୂର୍ଯ୍ୟଙ୍କ ଗତି ଦକ୍ଷିଣ

ଦିନ ହୋଇଗଲା ସାନ

ଉଠୁଥାନ୍ତି ସୂର୍ଯ୍ୟ ଧୀରେ କୁହୁଡି ପର୍ଦା ଆଡେଇ,

ଘାସର ଶେଯର ପରେ

ଶିଶିର ସାଜେ ପ୍ରାତଃ ରେ

ମୋତି ପରି ଚକମକ କିରଣରେ କରୁଥାଇ ll

କମ୍ବଳ ଆଉ ସ୍ଵେଟର 

ବାକ୍ସ ରୁ ହେଲେ ବାହାର

ଲୋଡ଼ା ହୋଇଗଲା ତାଙ୍କ ଶୀତ ଠାରୁ ରକ୍ଷା ପାଇଁ

ଗରିବ ଟିର ବିଚରା

କନ୍ଥାଟି ହେଲା ଆଶରା

ଘରଦ୍ୱାର ନାହିଁ ଯାର ଶୀତେ କଷ୍ଟ ପାଉଥାଇ ll

କୃଷକ ଭାଇ ଉଛନ୍ନ

ଅମଳ କରିବ ଧାନ

କ୍ଷେତରେ ସୁନା ଫସଲ କି ସୁନ୍ଦର ଦିଶୁ ଥାଇ,

ପରିବା ବଜାର ସାରା 

ଦିଶୁଥାଏ କେତେ ଭରା

ସଜ ପରିବାମିଳଇ ମନକୁ ଆମର ମୋହି l

ବାଡ଼ିରେ ଗେଣ୍ଡୁ ସେବତୀ

ନାନାଦି ଫୁଲ ଯେ ଫୁଟି

ସଜ ହେଲେ ଲକ୍ଷ୍ମୀଙ୍କରପୂଜାରେ ଲାଗିବା ପାଇଁ,

ସଜ୍ଜିତ ସୋରିଷ କ୍ଷେତ 

ପିନ୍ଧି ଯେହ୍ନେ ପୀତ ବସ୍ତ୍ର 

ଦୂରରୁ ନେତ୍ରକୁ ମୋହେ ପୀତ ଫୁଲକୁ ଝୁଲାଇ l

ଶୀତ ମାଉସୀ ଆସଇ

କେତେ ପୂଜା ବ୍ରତ ନେଇ

ମାଆ ଲକ୍ଷ୍ମୀଙ୍କ ପୂଜନ ପ୍ରତି ଘରେ ଥାଏ ହୋଇ,

ଚିତା ଝୋଟି ଆଦି ପଡି

ଘରଦ୍ୱାର ଯାଏ ପୂରି

ଆସନ୍ତି ମାଆ ଅନ୍ନ ଦାତ୍ରୀ ଆଶିଷ ଦେବାର ପାଇଁ ll

ଶୀତ ଟି ଆମର ମିତ

ଯୋଗାଏ ଶସ୍ୟ ସମସ୍ତ

ଦେହକୁ ଜଗି ଚଳିଲେ ସୁସ୍ଥେ ଥିବା ଆମେ ରହି,

ପ୍ରାତଃ ରେ ଆଲସ୍ୟ ତେଜି

ବ୍ୟାୟାମ କର୍ମରେ ମଜ୍ଜି

ଗରମ ଖାଦ୍ୟ ଭୋଜନ ହିତ କର ହୋଇଥାଇ ll

ଋତୁ ଆସେ ଋତୁ ଯାଏଁ

ସହିବା ଶିଖାଇ ଦିଏ

ସୁଖ ଦୁଃଖ ଜୀବନରେ ଅଟେ ସେତ କ୍ଷଣ ସ୍ଥାୟୀ,

ଶୀତ ଦିନେ ଚାଲିଯିବ

ବସନ୍ତ ଋତୁ ଆସିବ

ସବୁ ଋତୁ ରଙ୍ଗ ଭରେ ଆସି ଆମର ଏ ମହୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational