STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ଘର

ଘର

1 min
230

ବଡ଼ ବଡ଼ କୋଠା ତୋଳିଦେଲେ ଖାଲି

ହୋଇଯାଏ ନାହିଁ ଘର

ଘରସେ ଅଟଇ ରୁହନ୍ତି ଯେଉଁଠି

ମିଳିମିଶି ପରିବାର ।


ନଥାଉ ପଛକେ ଡାଇନିଂ ଗୋଟିଏ

ଆସନେ ବସିଲେ ହେଲା

ଶ୍ରଦ୍ଧାରେ ଯେଉଁଠି କଅଁଳା ଶିଶୁଟି

ହୋଇ ପାରୁଥିବ ଗେହ୍ଲା ।


ଭୋକ ଲାଗୁଥିଲେ ମାଆ ପାଖେ ପିଲା

କରି ପାରୁଥିବ ଅଳି

ମାଆ ଦେଉଥିବ ମମତାର ଛୁଆଁ

କେବେ ପୁଣି ମିଠା ଗାଳି ।


ଭଲ ଉପଦେଶ ଦେଉଥିବେ ସଦା

ଗୁରୁ ଗୁରୁଜନ ଯେତେ

ଏକମତ ହୋଇ ଚଳୁଥିବେ ସବୁ

ଘରର ମୁରବି ସାଥେ ।


ଘର ଅଟେ ସେହି ଯାହାର ପ୍ରାଚୀର

ସ୍ନେହ ମମତାରେ ଗଢା

ଘର ନୁହେଁ ତାହା କିଣି ରଖିଦେଲେ

ବଡ଼ ବଡ଼ ଗାଡି ଘୋଡା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational