STORYMIRROR

Santanu Bisoi

Inspirational

3  

Santanu Bisoi

Inspirational

ଓଡ଼ିଆ

ଓଡ଼ିଆ

1 min
295

ସବୁରି ବଦନ ଏକଶ୍ୱରେ ଗର୍ଜୁ

ଭାଷା ଜନନୀର ଜୟ

ବିଶ୍ୱ ବିଦିତ ଓଡିଶା ଓଡ଼ିଆ

ହେଉ ଆମ ପରିଚୟ।।


ଏ ଭାଷା ସଂଗ୍ରାମେ ଲୋଡ଼ା ନାହିଁ କିଛି

ଜାତି ପତି ରୂପ ଭେକ,

କରୁଛି ମୁଁ ପଣ କର ତୁମେ ପଣ

ରଖିବାକୁ ଭାଷା ଟେକ।।


ଲେଖ ଦୁଇ ଧାଡି କୁହ ଚାରିପଦ

ବଢିବ ଓଡ଼ିଆ ମାନ,

ଖଣ୍ଡି ଇଙ୍ଗିରାଜି ଅପମିଶ୍ରିତ ଯେ

ବର୍ଣ୍ଣସଙ୍କରିଆ ଜ୍ଞାନ।।


ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟତା ଅଛି

ନୁହେଁ କାହାଠୁ ଉଧୃତ,

ଲିପି, ଭାଷା, ଆଉ ସାହିତ୍ୟ ସମ୍ପଦ

ସବୁ ଅଟଇ ତଦ୍ଧିତ।।


ଶାସ୍ତ୍ରୀୟ ମାନ୍ୟତା ପାଇଛି ଓଡ଼ିଆ

ବହୁ ତର୍କ ତର୍ଜମାରେ,

ଅନ୍ଯ ଭାଷା ଠାରୁ କେବେ ଊଣାନୁହେଁ

ଭଲ ସହସ୍ର ଗୁଣରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational