STORYMIRROR

Santanu Bisoi

Romance Tragedy

4  

Santanu Bisoi

Romance Tragedy

ଛଳନା

ଛଳନା

1 min
379

ମନ ବଗିଚାର ସୁବାସ କୁସୁମ

ହୋଇ ଫୁଟିଥିଲି ଦିନେ

ପ୍ରେମ ବାରି ସିଞ୍ଚି ଯତ୍ନେ ରଖିଥିଲ

ହୃଦୟର ଉପବନେ।


ଆଘ୍ରାଣ କରିଲ ଫୁଲର ମହକ

ଛାତିରେ ଖୋସିଲ ନେଇ

କୋମଳ ପରଶ ମଧୁର ଛୁଆଁରେ

ଗଲି ମୁଁ ବିଭୋର ହୋଇ ।


ସ୍ୱର୍ଗ ପାରିଜାତ ଫିକା ଲାଗେ ବୋଲି

କହିଲ ଦୁନିଆଁ ଦାଣ୍ଡେ

ଅନ୍ତର ଭିତର କୁସୁମ ଏ ବୋଲି

ରଖିଲ ମୁଣ୍ଡେଇ ମୁଣ୍ଡେ।


ଭୃଙ୍ଗ ସମ ଭଙ୍ଗି କରିଲ ଶେଷରେ

ପ୍ରୀତି ମଧୁ ଶୋଷିନେଇ

ଏକାକିନି ଛାଡି ଚାଲିଗଲ ପ୍ରିୟ

ରହିଲି ମୁଁ ପଥ ଚାହିଁ।


ପୁରୁଷ ଜାତିଟା ଏଡେ ବେଇମାନ

ନଥିଲା ମୋତେତ ଜଣା

ସ୍ୱାର୍ଥ ଲାଭ ପରେ ବାଟ ଭାଙ୍ଗି ଯାନ୍ତି

ନରଖି ଦୟା କରୁଣା।


ବଣ ମଲ୍ଲୀ ଭଳି ମଉଳି ଯିବି ମୁଁ

ତୁମ ପଥ ଚାହିଁ ଚାହିଁ

ହୃଦୟ କନ୍ଦରେ ଆନ ପୁରୁଷକୁ

କେବେ ସ୍ଥାନଦେବି ନାହିଁ।


ମଉଳା ଫୁଲ ମୁଁ ମଉଳି ରହିବି

ଅସକରା ଗଦା ପରେ

ଦେବତାଙ୍କ ପାଦ ଲୋଡ଼ା ନାହିଁ ମୋର

ଛଳନା ଯଦି ସେଠାରେ।


ନାରୀ ମନ ଯଦି ଜାଣେନି ପୁରୁଷ

ସେ କି ପୁରୁଷରେ ଗଣା

ଯୌନଯନ୍ତ୍ର ନାରୀ ନୁହେଁ ଏ ଜଗତେ

ପୁରୁଷର ସେ ପ୍ରେରଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance