STORYMIRROR

Santanu Bisoi

Tragedy

3  

Santanu Bisoi

Tragedy

ସ୍ମୃତିର ପ୍ରିୟା

ସ୍ମୃତିର ପ୍ରିୟା

1 min
177

ପାଉଁଶ ତଳର ନିଆଁ ମୁଁ ପ୍ରେମିକ

କୁହୁଳୁଛି ସ୍ମୃତି ନେଇ

ପୂର୍ବ ଦୀପ୍ତି ଆଉ ଲେଲିହାନ ଶିଖା

ଆଗ ଭଳି ଏବେ ନାହିଁ।


ପ୍ରଶାନ୍ତ ଉଦ୍ୟାନ ଶୁନ୍ୟ କୋଳାହଳେ

ମୌନବତେ ଅଛି ରହି

ମଉଳି କୁସୁମ ଝଡିପଡ଼େ ଭୁମେ

ଅଲୋଡ଼ା ଅଖୋଜା ହୋଇ।


ରୁଦ୍ରଠୁ ଉତପ୍ତ ରୁଦ୍ରକରୋତପ୍ତ

ସାରଣୀର ବାଲି ଆଜି

ଝାମୁଚାଲି ଭଳି ଚାଲୁଛି ଚାଲିବି

ତୁମ ପଥ ଖୋଜି ଖୋଜି।


କେଦାରେ କେଦାରେ କଟକେ କଟକେ

ସମୁଦ୍ର କୁକ୍ଷିର ଦେଶେ

କେବେ ଯୋଗୀ ହୋଇ, ପାଗଳ ବୋଲାଇ

ଖୋଜିଛି ମୁଁ ଛଦ୍ମବେଶେ।


ମୁମୁତାଜ ଭଳି ଅନୁଭବ ହୁଅ

ଦେଖିଲେ ତାଜମହଲ

ଗୌରୀ ବୋଲି ଭାବେ କେଦାରଗୌରୀରେ

ଢାଙ୍କି ଯାଏ ଇନ୍ଦ୍ରଜାଲ।


କୋଟି କଳ୍ପନାର ଲାବଣ୍ୟବତୀ ଗୋ

ତୁମେ ଆଜି ମରୀଚିକା

ସ୍ମୃତିର ପ୍ରେୟସୀ ପ୍ରେମ ମଧୁ ବର୍ଷି

ଚାଲିଗଲ କରି ଏକା।


ଅନ୍ଧ ଗଳିର ନାୟକ କରିଛି

କାଳାନ୍ତର ଅନୁଭୂତି

ତୁମଠୁଁ ଅଧିକ ସୁନ୍ଦରୀ ମିଳନ୍ତି

ନଯାଏ ମୁଁ ତାଙ୍କ କତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy