STORYMIRROR

Santanu Bisoi

Tragedy

4  

Santanu Bisoi

Tragedy

ବିରହ

ବିରହ

1 min
321

ନିଦାଘ କାଳରେ ସମୁଦ୍ର କୂଳରେ

ଏକା ବସି ଯେବେ ଭାବେ

ତୁମର ଶୂନ୍ୟତା ଆନ୍ଦୋଳିତ କରେ

ଅପୂର୍ଣ୍ଣ ମୋ ଅବୟବେ।


ଆଷାଢ଼ର ବର୍ଷା ଶ୍ରାବଣର ବର୍ଷା

ଏକାକୀ ଭିଜାନ୍ତି ଯେବେ

ବିନା ପ୍ରେମିକାରେ ପ୍ରେମୀଟିଏ ଦେଖି

ମଣ୍ଡୁକ ମଣ୍ଡୁକି ରାବେ।


ଅସନା ଅଳିଆ କଳଙ୍କ କାଳିମା

ଏବେ ମୋର ସହଚର

ଶରତ ଚନ୍ଦ୍ର ମୋ ଶରୀରେ, ଚରିତ୍ରେ

ପକାଇଛି ନାଲି ଗାର।


ଶିଶିର ବିନ୍ଦୁରେ ପଦ ଧୌତ କରି

ଘାସ ପରେ ଯେବେ ଚାଲେ

ହେମନ୍ତ ପଚାରେ ଏକାକୀ ଆସିଛ

ପ୍ରିୟା ତୁମ କାହିଁ ଗଲେ ।


କା'ଆଗେ କହିବି କିଏ ବା ବୁଝିବ

ସମୟ ମାରିଛି ଧକ୍କା

ତୁମେ ଗଲାପରେ ଅନେକ ପ୍ରଶ୍ନକୁ

ସାମ୍ନା କରେ ଏକା ଏକା।


ଶୀତ ରାତି ଦିନେ କମ୍ବଳ ଓଢେଇ

ଥିରିଥିରି ପାଦ ଚାପି

ତୁମ ରୂପ ଧରି ନେଲା ମୋ ପାଖରୁ

ହୃଦୟ ଉତ୍ତାପ ମାପି।


ଏଇଲାଗେ ଆସି ବସନ୍ତ କହୁଛି

କୋଇଲିର କୁହୁ ତାନେ

ବଉଳର ବାସ୍ନା ଶୀତଳ ସମୀର

ନ ଶିହରେ ତନୁ ମନେ ।


କେମିତି ପୁରୁଷ କାହିଁକି ବଞ୍ଚିଛୁ

ଏତେ ନିରଳସ ହୋଇ

ଦୀପର ସଳିତା ପରାୟ ଜଳୁଛୁ

ଅସ୍ତରାଗ ରଙ୍ଗ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy