ପାଗଳ ମଧୁପ ର ଦୁଃଖ
ପାଗଳ ମଧୁପ ର ଦୁଃଖ
ସହର ମଧ୍ୟରେ ଘୁରି ବୁଲୁୁୁଥାଏ
ପାଗଳ ଯୁବକ ଟିିିଏ,
'ମଧୁପ ପାଗଳ' ନାମେ ଜଣାଶୁଣା
ଦୋକାନ ପିିଣ୍ଢାରେ ଶୋଏ ।
ନାଆଁ କ'ଣ ବୋଲି ପଚାରିିଲେ ତାକୁୁ
ମୁଣ୍ଡକୁ ହଲେଇ ଦିଏ,
ମୋ ନାଁ ମୁୁହି ଜାଣିନିି ବୋଲି ସେ
ମୁହଁ ମୋଡି ଚାଲିିିଯାଏ ।
ପାଠ ଷାଠ ସିଏ ପଢିଛିି ବହୁତ
ଜମାରୁ ମୂୂରୁୁୁଖ ନୁହେଁ,
ପଚାରିଲେ କ'ଣ ମୁୁରକି ହସେ ସେ
ଏଣୁ ତେଣୁ ଖାଲି କହେ ।
ଏକଦା ସେ ଭଲ ପାଠ ପଢୁଥିଲା
ମେଧାବୀ ଛାତ୍ରଟେ ଥିଲା,
କୁସଙ୍ଗରେ ପଡିି ବାଟ ବଣା ହେଲା
ମତି ଭ୍ରମ ତା'ର ହେଲା ।
ମଦ୍ୟପାନ କରି ନିିଶାରେ ବୁୁଡିଲା
ନିଜକୁ ନିିଜେ ନ ଚିହ୍ନିଲା,
ମଦ ପିଇ ସିିଏ ଅବାଟକୁ ଗଲା
ଘର ଦ୍ୱାର ଭୁଲି ଗଲା ।
ବାପା ମାଆଁ ତାକୁ ଆକଟ କଲେ ବି
ଜମା ସୁୁୁଧୁରିିିଲା ନାହିିଁଁ,
ବାଧ୍ୟ ହୋଇ ଶେଷେ ଘରୁ ତଡିଦେଲେ
ତେଜ୍ୟ ପୁୁତ୍ର ତାକୁ କହି ।
ସେହିଦିନ ଠାରୁ ପାଗଳ ହେଇ କି
ଏଣେ ତେଣେ ବୁଲୁୁୁଅଛି,
ଜମା କିଛି ମନେ ପଡୁ ନାହିଁ ତା'ର
ସ୍ମୃତି ଶକ୍ତିି ହରାଇଛିି ।
କିଏ ଦେଲେ ଖାଏ ନ ହେଲେ ଉପାସେ
କଟିଯାଏ ତା'ର ଦିିନ,
ଦୋକାନ ପିିଣ୍ଢାରେ ତା' ଜୀବନ ବିିିତେ
ଭାଗ୍ୟ ତା'ର କେଡ଼େ ହିିନ ।
ଯେ ଥିଲା ଦିନେ ଡଉଳ ଡାଉଳ
କେତେ ଖୁସିିିରେ ସେ ଥିଲା,
କି ମାୟା ମମତା ମଦେ ଲାଗିିଗଲା
ତା'ର ଏହି ଦଶା ହେଲା ।